ପ୍ୟାରିସ: ସର୍ବିଆ ତାରକା ନୋଭାକ ଜୋକୋଭିକ ପୁଣି ଥରେ ବିଶ୍ବର ଏକ ନମ୍ବର ଟେନିସ ଖେଳାଳି ହୋଇଛନ୍ତି। ସୋମବାର ପ୍ରକାଶିତ ଏଟିପି ମାନ୍ୟତାରେ ସେ ଗୋଟିଏ ସ୍ଥାନ ଉଠି ଶୀର୍ଷରେ ପହଞ୍ଚିଛନ୍ତି। କୋଭିଡ ଟୀକା ଯୋଗୁଁ ୟୁଏସ୍‌ ପ୍ରତିଯୋଗିତାରେ ଖେଳିପାରିନଥିବା ଜୋକୋଭିକ ଗତ ସପ୍ତାହରେ ଗୋଟିଏ ସ୍ଥାନ ଖସି ଦ୍ବିତୀୟରେ ଥିଲେ। ଇଣ୍ଡିଆନ୍‌ ୱେଲ୍ସ ବିଜେତା ସ୍ପେନ୍‌ର କାର୍ଲୋସ ଅଲ୍‌କାରାଜ ଶୀର୍ଷ ସ୍ଥାନ ଦଖଲ କରିଥିଲେ। ହେଲେ ମିଆମି ଓପନ୍‌ ସେମିଫାଇନାଲ୍‌ରେ ଅଲ୍‌କାରାଜ ହାରିଯିବାରୁ ‌ମାନ୍ୟତାରେ ଗୋଟିଏ ସ୍ଥାନ ଖସି ଦ୍ବିତୀୟରେ ପହଞ୍ଚିଥିଲେ।