ପ୍ୟାରିସ୍=: ଅଷ୍ଟ୍ରେଲିଆନ୍ ଓପନ୍ ଟ୍ରଫି ଜିତିବା ପରେ ସର୍ବିୟା ତାରକା ନୋଭାକ ଜୋକୋଭିକ୍ ତାଙ୍କ ୨୨ତମ ଗ୍ରାଣ୍ଡ ସ୍ଲାମ ବିଜୟ ସହ ପୁଣି ଥରେ ଏଟିପି ମାନ୍ୟତାରେ ଏକ ନମ୍ବର ସ୍ଥାନକୁ ଫେରିଛନ୍ତି। ୩୫ ବର୍ଷୀୟ ଜୋକୋଭିକ୍ ୪ ସ୍ଥାନ ଉପରକୁ ଉଠି ଶୀର୍ଷରେ ପହଞ୍ଚିଥିବା ବେଳେ ସ୍ପେନ୍ର କାର୍ଲୋସ ଆଲ୍କାରାଜ ତଳକୁ ଖସିଯାଇଛନ୍ତି। ଆହତ କାରଣରୁ ଆଲ୍କାରାଜ ଅଷ୍ଟ୍ରେଲିଆନ୍ ଓପନ୍ ଖେଳିନଥିଲେ। ୨୦୧୧ ମସିହା ପରଠାରୁ ଜୋକୋଭିକ ୩୭୪ ସପ୍ତାହ ଶୀର୍ଷରେ ରହିଲେ। ରବିବାର ସେ ଦଶମ ଥର ପାଇଁ ଅଷ୍ଟ୍ରେଲିଆନ୍ ଓପନ୍ ପୁରୁଷ ଏକକ ଟ୍ରଫି ହାସଲ କରିଥିଲେ। ମେଲ୍ବର୍ଣ୍ଣ ଫାଇନାଲରେ ସେ ଗ୍ରିସ୍ର ଷ୍ଟିଫାନସ୍ ସିସିପାସଙ୍କୁ ସିଧାସଳଖ ସେଟରେ ପରାସ୍ତ କରିଥିଲେ। ଜୋକୋଭିକ୍ ଓ ଆଲାକାରାଜଙ୍କ ତଳକୁ ସିସିପାସ, କାସପର ରୁଡ, ଆନ୍ଦ୍ରେ ରୁବଲେଭ୍, ରାଫେଲ ନାଦାଲ, ଫେଲିକ୍ସ ଅଗର ଆଲିସିମ୍, ଫ୍ରିଜ୍ ଟେଲର, ରୁନ୍ ହୋଲଗର୍, ହୁବର୍ଟ ହୁର୍କାଜ ଯଥାକ୍ରମେ ତୃତୀୟରୁ ଦଶମ ସ୍ଥାନରେ ରହିଛନ୍ତି।
ଜୋକୋଭିକ୍ ପୁଣି ଏକ ନମ୍ବର
/sambad/media/post_attachments/wp-content/uploads/2023/01/56s4654fs65sfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)