ଫେଡେରର୍‌ଙ୍କ କୀର୍ତ୍ତିମାନର ସମକକ୍ଷ ହେଲେ ଜୋକୋଭିକ, ଏଟିପି ମାନ୍ୟତା ଶୀର୍ଷରେ ୩୧୦ ସପ୍ତାହ

ପ୍ୟାରିସ: ସର୍ବିୟା ତାରକା ନୋଭାକ ଜୋକୋଭିକ ସୋମବାର ପ୍ରକାଶିତ ଏଟିପି ମାନ୍ୟତା‌ର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ଏଥିସହ ସେ ଶୀର୍ଷ ସ୍ଥାନରେ ରହିବାରେ ୩୧୦ ସପ୍ତାହ ପୂରଣ କରିଛନ୍ତି। ସବୁଠୁ ଅଧିକ ସପ୍ତାହ ଧରି ଶୀର୍ଷ ରହିବାର କୀର୍ତ୍ତିମାନଧାରୀ ସ୍ବିଜରଲାଣ୍ଡ ଖେଳାଳି ରୋଜର ଫେଡେରର୍‌ଙ୍କ ସହ ସମକକ୍ଷ ହୋଇଛନ୍ତି ସେ। ଆସନ୍ତା ସପ୍ତାହରେ ଫେଡେରର୍‌ଙ୍କ କୀର୍ତ୍ତିମାନକୁ ଟପିବାର ସମ୍ଭାବନା ରହିଛି। ଗତମାସରେ ଜୋକୋଭିକ ନବମ ଥର ଅଷ୍ଟ୍ରେଲିଆନ୍‌ ଓପନ୍‌ ଜିତିବା ସହ ୧୮ ଗ୍ରାଣ୍ଡ ସ୍ଲାମ୍‌ ବିଜେତା ହେବାର ସୌଭାଗ୍ୟ ପାଇଥିଲେ। ଫେବ୍ରୁଆରି ୨୦୨୦ରେ ଜୋକୋଭିକ ମାନ୍ୟତାର ଶୀର୍ଷ ସ୍ଥାନ ଅକ୍ତିଆର କରିଥିଲେ ଏବଂ ଷଷ୍ଠ ଥର ଲାଗି ଶୀର୍ଷରେ ବର୍ଷ ଶେଷ କରିବାରେ ପିଟ୍‌ ସାମ୍ପ୍ରାସଙ୍କ ସମକକ୍ଷ ହୋଇଥିଲେ। ସଦ୍ୟ ପ୍ରକାଶିତ ମାନ୍ୟତାରେ ଦ୍ବିତୀୟ ସ୍ଥାନରେ ନାଦାଲ ରହିଥିଲା ବେଳେ ରୁଷିଆର ଡାନିଲ ମେ‌ଦଭେଦେବ, ଅଷ୍ଟ୍ରିଆର ଡୋମିନିକ ଥିମ୍‌ ଓ ଫେଡେରର୍‌ ଯଥାକ୍ରମେ ତୃତୀୟରୁ ପଞ୍ଚମରେ ରହିଛନ୍ତି।

ସମ୍ବନ୍ଧିତ ଖବର