ନୂଆଦିଲ୍ଲୀ : ‘ଦ ହଣ୍ଡ୍ରେଡ୍’ ଲାଗି ସୋମବାର ସ୍କାଏ ସ୍ପୋର୍ଟ୍ସ ଭାଷ୍ୟକାରଙ୍କ ନାମ ଘୋଷଣା କରିଛି। ‘ଦ ହଣ୍ଡ୍ରେଡ୍’ କ୍ରିକେଟ୍ ପ୍ରତିଯୋଗିତା ଉଦ୍ଘାଟିତ ହେବା ଲାଗି ଆଉ ୧୦୦ ଦିନ ବାକି ରହିଛି। ଗ୍ରୀଷ୍ମ ସମୟରେ ଏହି ବ୍ଲକ୍ବ୍ଲାଷ୍ଟର କ୍ରୀଡ଼ା ପ୍ରତିଯୋଗିତାର ପ୍ରସାରଣକୁ ରୋମାଞ୍ଚକ ଭାବେ ଉପସ୍ଥାପିତ କରିବା ଲାଗି ସ୍କାଏ ସ୍ପୋର୍ଟ୍ସ ଭାଷ୍ୟକାରଙ୍କ ଚୂଡ଼ାନ୍ତ ତାଲିକା ପ୍ରକାଶ କରିଛି। ଏଥିରେ ଭାରତୀୟ ୱିକେଟ୍ରକ୍ଷକ ଦୀନେଶ କାର୍ତ୍ତିକ (ଡିକେ)ଙ୍କ ନାମ ରହିଛି। ଆଣ୍ଡ୍ର୍ୟୁ ଫ୍ଲିଣ୍ଟଫ୍, କାସ ନାଇଡୁ, ଜୈନାବ ଆବାସ ଓ ଜାକଲିନ୍ ଶେଫର୍ଡ ମୁଖ୍ୟ ଭାଷ୍ୟକାର ରହିଥିଲା ବେଳେ ଏମାନଙ୍କ ସହ ବିଶ୍ବ କ୍ରିକେଟ୍ର ଅନେକ ତାରକା ରହିଛନ୍ତି। ଡିକେଙ୍କ ସହ ଷ୍ଟୁଆର୍ଟ ବ୍ରଡ, କେଭିନ ପିଟରସନ, ଟାମି ବିଉମଣ୍ଟ, ଡାରେନ ସାମି, ମେଲ ଜୋନ୍ସ, ୱାସିମ ଆକ୍ରମ, ଲିଦିଆ ଗ୍ରିନ୍ୱେ ଓ କୁମାର ସାଙ୍ଗାକାରା ରହିଛନ୍ତି। ଏହି ପ୍ୟାନେଲରେ ସ୍କାଏର ସ୍ଥାୟୀ ସଦସ୍ୟ ନାସିର ହୁସେନ, ବୋନି ରେନ୍ଫୋର୍ଡ-ବ୍ରେଣ୍ଟ, ରବ କି, ଇଆନ୍ ୱାର୍ଡ, ଡେଭିଡ ଲୟଡ, ନିକ୍ ନାଇଟ୍, ମାଇକ୍ ଆଥରଟନ ଓ ମାର୍କ ବାଉଚର ଯୋଗଦେବେ। ସୂଚନାଯୋଗ୍ୟ ଏହି ୧୦୦ ବଲ୍ କ୍ରିକେଟ୍ ପ୍ରତିଯେଗିତା ତାରକା ଖେଳାଳି (ଉଭୟ ମହିଳା ଓ ପୁରୁଷ)ଙ୍କୁ ନେଇ ଆୟୋଜିତ ହେବ।
‘ଦ ହଣ୍ଡ୍ରେଡ୍’ ଭାଷ୍ୟକାର ପ୍ୟାନେଲ୍ରେ ଡିକେ
/sambad/media/post_attachments/wp-content/uploads/2021/04/Dinesh-Kartik.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)