ନୂଆଦିଲ୍ଲୀ: ଆଇସିସି ପକ୍ଷରୁ ଅକ୍ଟୋବର ମାସର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଁ ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମରା, ଦକ୍ଷିଣ ଆଫ୍ରିକା ବ୍ୟାଟର୍ କ୍ବିଣ୍ଟନ ଡି’କକ୍ ଓ ନ୍ୟୁଜିଲାଣ୍ଡ ବ୍ୟାଟର୍ ରାଚିନ ରବୀନ୍ଦ୍ର ମନୋନୀତ ହୋଇଛନ୍ତି। ଚଳିତ ବିଶ୍ବକପ୍ରେ ବୁମରା ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ଓ ପାକିସ୍ତାନ ବିପକ୍ଷରେ ଗୁରୁତ୍ବପୂର୍ଣ୍ଣ ସମୟରେ ୱିକେଟ୍ ବାହାର କରିବା ସହିତ ବର୍ତ୍ତମାନ ସୁଦ୍ଧା ୧୫ ୱିକେଟ୍ ଅକ୍ତିଆର କରିଛନ୍ତି। ଡି’କକ୍ ଏବେ ଦମ୍ଦାର ଲୟରେ ଥିବା ବେଳେ ୪ ଶତକ ଅର୍ଜନ କରିସାରିଲେଣି। ୫୫୦ ରନ୍ ସହ ସେ ଚଳିତ ବିଶ୍ବକପ୍ର ଅଗ୍ରଣୀ ରନ୍ ସଂଗ୍ରହକାରୀ ହୋଇଛନ୍ତି। ସେହିପରି ରାଚିନ ମଧ୍ୟ ପଦାର୍ପଣ ବିଶ୍ବକପ୍ରେ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି। ବିଶ୍ବକପ୍ ପୂର୍ବରୁ ମାତ୍ର ୧୨ ଦିନିକିଆ ଖେଳିଥିବା ରାଚିନ ପ୍ରଥମ ମ୍ୟାଚ୍ରେ ଇଂଲଣ୍ଡ ବିପକ୍ଷରେ ୯୬ ବଲ୍ରୁ ୧୨୩ ରନ୍ କରିଥିଲେ। ପରେ ନେଦରଲାଣ୍ଡ୍ସ ଓ ଭାରତ ବିପକ୍ଷରେ ମଧ୍ୟ ଚମତ୍କାର ଖେଳିଥିଲେ। ଏବେ ୮ ମ୍ୟାଚ୍ରୁ ୫୨୩ ରନ୍ କରି ଅଗ୍ରଣୀଙ୍କ ମଧ୍ୟରେ ତୃତୀୟ ସ୍ଥାନରେ ଅଛନ୍ତି।
ମାସର ଶ୍ରେଷ୍ଠ ଖେଳାଳି ଦୌଡ଼ରେ ଡି’କକ୍, ବୁମରା, ରାଚିନ
/sambad/media/post_attachments/wp-content/uploads/2023/11/dgdjgjgjgjjgd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)