ଭୁବନେଶ୍ବର: ରାଜ୍ୟର ବିଶିଷ୍ଟ କ୍ରୀଡ଼ାବିତ୍, କ୍ରୀଡ଼ା ସଂଗଠକ ତଥା ଭାରତୀୟ ଗେଟ୍ବଲ୍ ଦଳର ପୂର୍ବତନ ଅଧିନାୟକ ମରୋରଂଜନ ମିଶ୍ରଙ୍କୁ ମିଳିଛି ‘ଡକ୍ଟର ଅଫ ସ୍ପୋର୍ଟସ୍’ ସମ୍ମାନ। ପୁଡୁଚେରୀସ୍ଥିତ ଗ୍ଲୋବାଲ୍ ହ୍ୟୁମାନ ପିସ୍ ୟୁନିଭର୍ସିଟି ମନୋରଂଜନଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ଉପାଧି ‘ଡକ୍ଟର ଅଫ୍ ସ୍ପୋର୍ଟସ’ ପ୍ରଦାନ କରିଛି। ଗେଟ୍ବଲ୍, ରାକେଟଲନ୍ ଏବଂ ଏକଦା ଅଲିମ୍ପିକ୍ସରେ ସାମିଲ ଥିବା ‘କ୍ରକେ’ କ୍ରୀଡ଼ା ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ଶ୍ରୀ ମିଶ୍ରଙ୍କୁ ଏହି ସମ୍ମାନ ମିଳିଛି। ଗ୍ଲୋବାଲ୍ ହ୍ୟୁମାନ ପିସ୍ ୟୁନିଭର୍ସିଟି, ପିପୁଲ୍ସ ଫୋରମ ଅଫ୍ ଇଣ୍ଡିଆ ଏବଂ ଭାରତ ସେବକ ସମାଜ ପକ୍ଷରୁ ମିଳିତ ଭାବେ ଅନୁଷ୍ଠିତ ‘ବିଶ୍ବରେ ଶାନ୍ତି ପ୍ରତିଷ୍ଠା’ ଶୀର୍ଷକ ଅନ୍ୟ ଏକ କର୍ମଶାଳା ଅବସରରେ ମଧ୍ୟ ଶ୍ରୀ ମିଶ୍ରଙ୍କୁ ସମ୍ମାନିତ କରାଯାଇଥିଲା। ଭାରତୀୟ ରେଳବାଇ କାର୍ଯ୍ୟାଳୟର ମୁଖ୍ୟ ଅଧୀକ୍ଷକ ଭାବେ ନିଯୁକ୍ତ ଶ୍ରୀ ମିଶ୍ର କେନ୍ଦ୍ରାପଡ଼ାର ମୂଳ ଅଧିବାସୀ।
ବିଶିଷ୍ଟ କ୍ରୀଡ଼ାବିତ୍ ମନୋରଂଜନ ମିଶ୍ରଙ୍କୁ ‘ଡକ୍ଟର୍ ଅଫ୍ ସ୍ପୋର୍ଟସ୍’ ସମ୍ମାନ
/sambad/media/post_attachments/wp-content/uploads/2021/01/manoranjan-mishra-07_thumb.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)