ନୂଆଦିଲ୍ଲୀ: ଗତକାଲି ସୋମବାର ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମ୍ରେ ଖେଳାଯାଇଥିବା ରୋମାଞ୍ଚକର ମ୍ୟାଚ୍ରେ ଲକ୍ଷ୍ନୌ ୧ ୱିକେଟ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ହରାଇଥିଲା | ତେବେ ଗତକାଲିର ମ୍ୟାଚରେ ଲକ୍ଷ୍ନୌ ଟିମ ପକ୍ଷରୁ ଷ୍ଟୋଇନିସ୍ ଓ ନିକୋଲାସ ପୂରନ୍ ପିଚ୍କୁ ଆସି ମ୍ୟାଚ୍ର ଚିତ୍ର ବଦଳାଇଦେଇଥିଲେ | ପୂରନ୍ ଚଳିତ ଆଇପିଏଲ୍ର ସବୁଠୁ ଦ୍ରୁତତମ ୧୫ ବଲ୍ରୁ ଅର୍ଦ୍ଧଶତକୀୟ ପାଳି ଖେଳିବା ସହ ଦଳକୁ ବିଜୟ ଆଡ଼କୁ ନେଇଥିଲେ। ବିଶେଷ କରି ନିକୋଲାସ୍ ପୂରନ୍, ମାର୍କସ୍ ଷ୍ଟୋଇନିସ୍ ଏବଂ ଆୟୁଷ ବଦୋନି ଯଥାକ୍ରମେ ୩୨୬.୩୨, ୨୧୬.୬୭ ଏବଂ ୧୨୫ ଷ୍ଟ୍ରାଇକ୍ ହାରରେ ରନ୍ ସ୍କୋର କରିଥିଲେ। ଅନ୍ୟପଟେ କିନ୍ତୁ ୨୦ ବଲରେ ମାତ୍ର ୧୮ ରନ୍ କରି କ୍ୟାପଟେନ କେଏଲ୍ ରାହୁଲ ଆଉଟ ହୋଇଯାଇଥିଲେ |
This innings from KL Rahul has to be the most hideous innings played in the history of IPL ever considering the context of the game. Man. What’s in his mind? Seriously. This can’t happen for so long at this level. It’s not school cricket #DoddaMathu#IPL2023#CricketTwitter
— Dodda Ganesh | ದೊಡ್ಡ ಗಣೇಶ್ (@doddaganesha) April 10, 2023
ରାହୁଲଙ୍କ ଏହି ପ୍ରଦର୍ଶନ ଦେଖି ପୂର୍ବତନ ଭାରତୀୟ କ୍ରିକେଟର ଡୋଡା ଗଣେଶ ପ୍ରଶ୍ନ ଉଠାଇଛନ୍ତି। ସୋସିଆଲ ମିଡିଆ ଟ୍ୱିଟରରେ ଦୋଦା ଗଣେଶ ରାହୁଲଙ୍କୁ ସମାଲୋଚନା କରିଛନ୍ତି। ସେ ଟୁଇଟ୍ କରି କହିଛନ୍ତି, 'କେ.ଏଲ୍ ରାହୁଲଙ୍କ ଏହି ଇନିଂସ ଆଇପିଏଲ୍ ଇତିହାସରେ ସବୁଠାରୁ ଭୟଙ୍କର ଇନିଂସ। ତାଙ୍କ ମନରେ କଣ ଚାଲିଛି? ଏଭଳି ଖେଳ ଅଧିକ ସମୟ ପର୍ଯ୍ୟନ୍ତ ଚାଲିପାରିବ ନାହିଁ | ଏହା ସ୍କୁଲ କ୍ରିକେଟ୍ ନୁହେଁ'। ଉଲ୍ଲେଖ ଥାଉ କି କେଏଲ୍ ରାହୁଲ ଯେତେବେଳେ ଆଉଟ୍ ହୋଇଥିଲେ ସେତେବେଳେ ତାଙ୍କ ଦଳର ସ୍କୋର ୧୦୫ ରନ୍ ଥିଲା। କିନ୍ତୁ ମାର୍କସ୍ ଷ୍ଟୋଇନିସ୍, ନିକୋଲାସ୍ ପୂରନ୍ ଏବଂ ଆୟୁଷ ବଦୋନି ବିସ୍ଫୋରକ ବ୍ୟାଟିଂ କରିଥିଲେ | ଆଇପିଏଲର ଏହି ସିଜିନରେ ରାହୁଲ ୪ଟି ମ୍ୟାଚରେ ୮୧ ରନ୍ ହିଁ କରିଛନ୍ତି।