ଅଜଣା ରୋଗରେ ମରୁଛନ୍ତି କୁକୁର, ଟିକାକରଣ କେବେ?

ଭୁବନେଶ୍ବର: ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ସରକାର ରାଜ୍ୟବାସୀଙ୍କୁ ପାଇଁ ଟିକା କରଣ ବ୍ୟବସ୍ଥା କରିଛନ୍ତି। ଲକଡାଉନ୍ ଥିବା ହେତୁ ରାଜଧାନୀରେ ବୁଲା ପଶୁପକ୍ଷୀଙ୍କ ଖାଇବା ପିଇବାରେ ଅସୁବିଧା ନହେବା ପାଇଁ ଅନେକ ବ୍ୟବସ୍ଥା ମଧ୍ୟ କରିଛନ୍ତି। କିନ୍ତୁ ବର୍ତ୍ତମାନ କୁକୁର ମାନଙ୍କୁ ଏକ ରୋଗ ବ୍ୟାପୁଛି ଯାହା ଫଳରେ ଅସହାୟ କୁକୁର ମାନେ ମୃତ୍ୟୁ ବରଣ କରୁଛନ୍ତି।

ଭୁବନେଶ୍ବର ଉପଖଣ୍ଡ ପ୍ରାଣୀ ଚିତ୍କିସା ଅଧିକାରି ଡଃ ବିରକିଶୋର ପରିଡ଼ାଙ୍କ କହିବା ଅନୁଯାୟୀ, ସାଧାରଣତଃ କୁକୁର ମାନଙ୍କୁ କାନାଇନ୍ ଡିସିଟେମ୍ପର ହୁଏ।ଏହା ଜୀବୀଣୁ ବାହିତ ରୋଗ। ଆଦ୍ରତା ବୃଦ୍ଧି, ହଠାତ୍ ଉତ୍ତାପରୁ ଥଣ୍ଡାକୁ ଆସିବା। ଅରିଷ୍କାର ପାଣି,ଖାଦ୍ୟ,ବାସସ୍ଥାନ,ଋତୁ ପରିବର୍ତ୍ତନ,ଜଳବାୟୁ ପରିବର୍ତ୍ତନ, ବର୍ଷା ଓ ଖରା ଅଧିକ ହେଲେ, ଏହି ରୋଗ ବ୍ୟାପିଥାଏ। ଏହା ସହ ଗୋଟିଏ କୁକୁରର ସଂକ୍ରମଣ ହେଲେ ଅନ୍ୟ କୁକୁର ସଂକ୍ରମଣର ସଂସ୍ପର୍ଶରେ ଆସିଲେ ମଧ୍ୟ ହୋଇଥାଏ। ପ୍ରାୟ ୧୮ ଶହ ମସିହାରୁ ଏହି ରୋଗ ଆରମ୍ଭ ହେଲାଣି। କେଉଁଠୁ ଆସିଲା ତାହା ଜଣାନାହିଁ। ରାଜଧାନୀରେ ୧୫ ଦିନ ହେବ ଏହି ରୋଗ ବ୍ୟାପୁଛି। ଏଥିରେ ୨୦ ଜଣ କୁକୁର ଆକ୍ରାନ୍ତ ହୋଇଛନ୍ତି। ଏହି ରୋଗ ହେଲେ କୁକୁର ମାନଙ୍କୁ ଜ୍ବର, କଳା ଝାଡ଼ା, ବାତ୍,ପେଟ ଯନ୍ତ୍ରଣା ହେବା, ପାଟିରୁ ନାଳ ବାହାରିବ,ବାନ୍ତି ହେବ, ଦେହ ଥରିବା ଓ ଭୋକ ନହେବା ଏହାର ମୁଖ୍ୟ କାରଣ। ଏହାର ଉପଚାର ପାଇଁ ପ୍ରାୟ ୬ ରୁ ୭ ଦିନ ଲାଗେ।

ଏହି ରୋଗରେ ସୁସ୍ଥ ହେବା ମଧ୍ୟ ବହୁତ କମ୍। ଥରେ ଆକ୍ରାନ୍ତ ହେଲା ମାନେ ମରିବାର ଆଶା ବହୁତ୍ ବେଶି ଥାଏ। ଏହାର ପ୍ରତିକାର ପାଇଁ ସରକାରୀ ସ୍ତରରେ କିଛି ବ୍ୟବସ୍ଥା ମଧ୍ୟ ନାହିଁ। କେବଳ ବେସରକାରୀ ହସ୍ପିଟାଲରେ ଏହି ସଂକ୍ରମଣର ଟିକା ମିଳିଥାଏ। ଦୁଇ ମାସ ପୂର୍ବରୁ କୁକୁର ମାନଙ୍କୁ କାରଭୋ ରୋଗ ହେଉଥିଲା ବର୍ତ୍ତମାନ ଏହା ଭଲ ହେଇଯାଇଛି। ଏହି ରୋଗର ପ୍ରତିକାର ପାଇଁ ଆଣ୍ଟିବାଟିକ୍,ଟିକା ଏହାର ପ୍ରତିକାରକ। କୁକୁର ଛୁଆକୁ ୪୫ ଦିନ ହେଲେ ଟିକା ନେବା ଦରକାର। ପ୍ରତି ୨୧ ଦିନରେ ୩ ଥରେ ବୃଷ୍ଟର ଟିକା ଦିଆହୁଏ, ତା ପରେ ବର୍ଷକୁ ଥରେ ନେବା ଆବଶ୍ୟକ। ଟିକା ମାନଙ୍କ ନାଁ- କାଲାଇନ୍ ଡିସଟେମ୍ପର ଭ୍ୟାସିନ୍, ମେଗାଭ୍ୟାସ-୬, ମେଗାଭ୍ୟାସ-୭, ଡିଏଚେପିପିଆଇଏଲ, ଭାନଗ୍ୟାଡ଼-୫, ଏଲ୍-୪, କ୍ୟାନିସଡ଼୍ –କେ୫। ଏହାର ଦାମ୍ ପ୍ରୟ ୪ ଶହରୁ ୬ ଶହ ଟଙ୍କା ପଡ଼ୁଛି। ଆମ ପାଖକୁ ଯିଏ କୁକୁର ଧରି ଆସୁଛି ଆମେ ତାଙ୍କୁ କହୁଛୁ ଟିକା ଦେବା ପାଇଁ।

ପଶୁ ପ୍ରେମୀ ପ୍ରତାପ ଚନ୍ଦ୍ର ସାହୁ କୁହନ୍ତି ଯେ, କୁକୁର ମାନଙ୍କୁ ରହିବା ପାଇଁ ବିଶ୍ବାସ ନାମକ ଏକ ଘର ତିଆରି କରିଛି। ୩୦ଟି କୁକୁର ଅଛି। ହଠାତ୍ କୁକୁରଙ୍କୁ ଜ୍ବର ହେଉଛି। ଖାଉବା ପିଇବା ନାହିଁ ୮ ଟି କୁକୁର ମରିଗଲେଣି। ଡାକ୍ତରଙ୍କୁ ପରାମର୍ଶ କରିଥିଲି କାନାଇନ୍ ଡିସିଟେମ୍ପର ରୋଗରେ ସଂକ୍ରମିତ ଅଛନ୍ତି ବୋଲି କହିଲେ। ଆମ ଅଜାଣତରେ ମଧ୍ୟ କୁକୁର ମାନେ ମରି ଯାଉଛନ୍ତି। ଯାହାରକି ଖୋଜ ଖବର ନାହିଁ। ସରାକାରଙ୍କୁ ଅନୁରୋଧ ଏହାର କିଛି ପ୍ରତିକାର କରନ୍ତୁ।

ସମ୍ବନ୍ଧିତ ଖବର