ମହେନ୍ଦ୍ର ସିଂହ ଧୋନି ସବୁ ଖେଳାଳିଙ୍କ ସାମର୍ଥ୍ୟ ଓ ଦୁର୍ବଳତା ଜାଣିଛନ୍ତି: ଶିଖର ଧାଓ୍ଵନ୍‌

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଅବସର ନେଇ ଏବେ ବି ଚର୍ଚ୍ଚା ଚାଲିଛି। ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ ପରିଷଦ) ବିଶ୍ୱକପ୍‌ ପରେ ମଧ୍ୟ ଧୋନିଙ୍କ ଅବସରକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା। ବିଶ୍ୱକପ୍‌ ପରେ ଧୋନି ଏଯାଏଁ ପଡିଆକୁ ଆସି ନାହାନ୍ତି। ସେଥିପାଇଁ କ୍ରିକେଟ୍‌ ପ୍ରଶଂସକମାନେ ତାଙ୍କୁ ନେଇ ଆଲୋଚନା ଜାରି ରଖିଛନ୍ତି। ଏହାରି ମଧ୍ୟରେ ଟିମ୍‌ ଇଣ୍ଡିଆର ଓପନର ଶିଖର ଧାଓ୍ଵନ୍‌ ଏହି ପ୍ରସଙ୍ଗରେ ନିଜର ରାୟ ଦେଇଛନ୍ତି।

ଧାଓ୍ଵନ୍‌ଙ୍କ ମତରେ ଧୋନିଙ୍କ ଭବିଷ୍ୟତ କେତେ ଦୂର କେବଳ ଧୋନି ହିଁ କହି ପାରିବେ। ଧୋନିଙ୍କ ଅଧିନାୟକତ୍ୱରେ ଧାଓ୍ଵନ୍‌ ଟିମ୍‌ ଇଣ୍ଡିଆ ପାଇଁ ଖେଳିବା ଆରମ୍ଭ କରିଥିଲେ। ଧାଓ୍ଵନ କହିଛନ୍ତି, ଧୋନି ପ୍ରତି ଖେଳାଳିଙ୍କ ସାମର୍ଥ୍ୟ ଓ ଦୁର୍ବଳତା ବିଷୟରେ ଜାଣିଛନ୍ତି। ସେଥିପାଇଁ ସେ ନିଜର ଭବିଷ୍ୟତ ବାବଦରେ ନିଷ୍ପତ୍ତି ନେବାକୁ ସକ୍ଷମ ଅଟନ୍ତି।

ଟିମ୍‌ ଇଣ୍ଡିଆର ଓପନ୍‌ର ଏକ ଟିଭି ସୋ’ରେ ଆଲୋଚନା ବେଳେ ଗଣମାଧ୍ୟମକୁ କହିଛନ୍ତି, ଧୋନି ଦୀର୍ଘ ଦିନରୁ ଖେଳି ଆସୁଛନ୍ତି। ମୋ ମତରେ ସେ ଜାଣିଛନ୍ତି ଯେ, କେବେ କ୍ରିକେଟରୁ ଅବସର ନେବେ। ଏହା ତାଙ୍କର ନିଜସ୍ୱ ନିଷ୍ପତ୍ତି। ସେ ନିଜ କ୍ୟାରିୟରରେ ଟିମ୍‌ ଇଣ୍ଡିଆ ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ଏବଂ ମୋର ଆଶା ଯେ, ଠିକ୍‌ ସମୟରେ ସେ ଅବସର ନେବେ।

ସମ୍ବନ୍ଧିତ ଖବର