ଭୁବନେଶ୍ବର: ଏଫ୍ଆଇଏଚ୍ ପ୍ରୋ ହକି ଲିଗ୍ର ନେଦରଲାଣ୍ଡ୍ସ ବିପକ୍ଷ ଯୁଗଳ ମୁକାବିଲା ଲାଗି ଭାରତୀୟ ମହିଳା ଦଳ ପୂରା ପ୍ରସ୍ତୁତ ରହିଛି। ଦୁଇ ଟିକିଆ ମୁକାବିଲାର ପ୍ରଥମ ମ୍ୟାଚ୍ ଶୁକ୍ରବାର ଏବଂ ଦ୍ବିତୀୟ ଶନିବାର କଳିଙ୍ଗ ଷ୍ଟାଡିୟମ୍ର ନୀଳ ଟର୍ଫରେ ଖେଳାଯିବ। ଏଥିଲାଗି ଉଭୟ ଦଳ ନିଜ ନିଜ ରଣନୀତିକୁ ଆହୁରି ଶାଣିତ କରିସାରିଛନ୍ତି। କେବଳ ଯାହା ପଡ଼ିଆକୁ ଓହ୍ଲାଇ ପରସ୍ପରକୁ କଡ଼ା ଟକ୍କର ଦେବା ବାକି ରହିଛି। ଲଢ଼େଇ ଆରମ୍ଭ ହେବାର ପୂର୍ବଦିନ ଅର୍ଥାତ୍ ଗୁରୁବାର ଅନୁଷ୍ଠିତ ପ୍ରାକ୍ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ଅଧିନାୟିକା ସବିତା ମଧ୍ୟ ଏକଥା ସ୍ପଷ୍ଟ କରିଛନ୍ତି। ବିଶ୍ବ ମାନ୍ୟତାର ପ୍ରଥମ ସ୍ଥାନରେ ଥିବା ନେଦରଲାଣ୍ଡ୍ସକୁ କଳିଙ୍ଗ ଷ୍ଟାଡିୟମ୍ରେ ଭେଟିବାକୁ ଭାରତୀୟ ଖେଳାଳିମାନେ ଉତ୍ସୁକତାର ସହ ଚାହିଁ ରହିଛନ୍ତି ବୋଲି ସେ ଏହି ଅବସରରେ କହିଛନ୍ତି। ନେଦରଲାଣ୍ଡ୍ସ ମଧ୍ୟ ଭାରତୀୟ ଦଳକୁ ତା’ ମାଟିରେ ପାଣି ପିଆଇବାକୁ ସ୍ବତନ୍ତ୍ର ରଣନୀତି ତିଆରି କରିସାରିଛି ବୋଲି ବୁଧବାର ଭୁବନେଶ୍ବର ପହଞ୍ଚିବା ପରେ ଏହି ଦଳର ଅଧିନାୟିକା ୟିବି ଜାନସେନ ସ୍ପଷ୍ଟ କରିଦେଇଥିଲେ। ଆୟୋଜକ ଭାରତ ସଂପ୍ରତି ୧୨ ପଏଣ୍ଟ ସହ ତାଲିକାର ଚତୁର୍ଥ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ନେଦରଲାଣ୍ଡ୍ସ ୧୮ ପଏଣ୍ଟ ସହ ତାଲିକାର ପ୍ରଥମ ସ୍ଥାନ ଅଧିକାର କରିଛି। ସେହି ଦୃଷ୍ଟିରୁ ଆଗାମୀ ଦୁଇ ମ୍ୟାଚ୍ ଭାରତୀୟ ଖେଳାଳିଙ୍କ ପାଇଁ ମସ୍ତବଡ଼ ଅଗ୍ନିପରୀକ୍ଷା ସଦୃଶ ହେବ। ସ୍ଥାନୀୟ ତାରକା ଦୀପଗ୍ରେସ୍ ଏକ୍କା ଭାରତୀୟ ଦଳର ଉପଅଧିନାୟିକା ଥିବାରୁ ଘରୋଇ ପ୍ରଶଂସକ ମଧ୍ୟ ବେଶ୍ ଉଲ୍ଲସିତ ଅଛନ୍ତି। ଉଭୟ ମ୍ୟାଚ୍ ସଂଧ୍ୟା ୭ଟା ୩୦ରେ ଆରମ୍ଭ ହେବ।
କଳିଙ୍ଗ ଷ୍ଟାଡିୟମ୍ରେ ଯୁଗଳ ମ୍ୟାଚ୍: ନେଦରଲାଣ୍ଡ୍ସ ଆହ୍ବାନ ପାଇଁ ଭାରତ ପ୍ରସ୍ତୁତ
/sambad/media/post_attachments/wp-content/uploads/2022/02/fih.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)