ଦୋହା: ଆସନ୍ତା ସପ୍ତାହର କାତାର ଓପନରୁ ବିଶ୍ୱର ପୂର୍ବତନ ଏକ ନମ୍ବର ପୁରୁଷ ଏକକ ଟେନିସ୍ ଖେଳାଳି ନୋଭାକ ଜୋକୋଭିକ ଓହରି ଯାଇଛନ୍ତି। ଫଳରେ ତାଙ୍କ ଅଷ୍ଟ୍ରେଲିଆନ୍ ଓପନ୍ ଅଂଶଗ୍ରହଣ ଆଶଙ୍କା ଘେରକୁ ଚାଲି ଯାଇଛି। କହୁଣୀ ଆଘାତ ପାଇଁ ଜୋକୋଭିକ ଆବୁଧାବିରେ ଆୟୋଜିତ ଏକ ପ୍ରଦର୍ଶନୀ ପ୍ରତିଯୋଗିତାରୁ ମଧ୍ୟ ଓହରି ଯାଇଥିଲେ। ଜାନୁଆରିରେ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ୍ ‘ଅଷ୍ଟ୍ରେଲିଆନ୍ ଓପନ୍’ ଖେଳା ଯିବାର ଅଛି। ଜୋକୋଭିକ ଲଗାତାର ଦୁଇଟି ପ୍ରତିଯୋଗିତାରୁ ଓହରିବା ପରେ ଏହି ସମ୍ମାନଜନକ ଗ୍ରାଣ୍ଡସ୍ଲାମରେ ସେ ଖେଳିବା ନେଇ ଆଶଙ୍କା ସୃଷ୍ଟି ହୋଇଛି।
ଆଶଙ୍କାରେ ଜୋକୋଭିକଙ୍କ ଅଷ୍ଟ୍ରେଲିଆନ୍ ଓପନ୍ ଅଂଶଗ୍ରହଣ
/sambad/media/post_attachments/wp-content/uploads/2017/12/2-Novak-Djokovic.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)