ରାହାଣେଙ୍କ କ୍ରିକେଟ ଜୀବନକୁ ଦ୍ରାବିଡ଼ ଓ ସଚିନ ପ୍ରଭାବିତ କରିଛନ୍ତି

ନୂଆଦିଲ୍ଲୀ: ଆଇପିଏଲ୍‌ରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଦିଲ୍ଲୀ କ୍ୟାପିଟାଲ୍ସକୁ ଦଳ ପରିବର୍ତ୍ତନ କରିଥିବା ଆଜିଙ୍କ୍ୟ ରାହାଣେ ଏହାକୁ ଏକ ନୂଆ ଆହ୍ବାନ ଭାବେ ବର୍ଣ୍ଣନା କରିଛନ୍ତି। ରାଜସ୍ଥାନ ରୟାଲ୍ସ ପାଇଁ ୧୦୬ ମ୍ୟାଚ୍‌ ଖେଳିଥିଲା ବେଳେ ୩୫.୬୦ ହାରରେ ୩୦୯୮ ରନ୍‌ ସ˚ଗ୍ରହ କରିଥିଲେ। ଏପରିକି ଆଇପିଏଲ୍‌ ଓ ସିଏଲ୍‌ଟି-୨୦ ରେ ରାଜସ୍ଥାନ ରୟାଲ୍ସ ପାଇଁ ସର୍ବାଧିକ ରନ୍‌ ସ˚ଗ୍ରହକାରୀ ହୋଇଛନ୍ତି। ଭାରତୀୟ ଟେଷ୍ଟ ଦଳର ଏହି ଉପଅଧିନାୟକ ରାଜସ୍ଥାନ ପାଇଁ ୨୪ ମ୍ୟାଚ୍‌ରେ ନେତୃତ୍ବ ନେଇଥିଲେ।

ଆଗକୁ ଦିଲ୍ଲୀ କ୍ୟାପିଟାଲ୍ସ ସହ ନୂଆ ଯାତ୍ରା ଆରମ୍ଭ କରୁଥିଲା ବେଳେ ଶିଖର ଧାଵନ, ଶ୍ରେୟସ ଆୟାର, ପୃଥ୍ବୀ ସ’, ଋଷଭ ପନ୍ତଙ୍କୁ ସାଥୀକରି ଖେଳିବେ। ଅଷ୍ଟ୍ରେଲିଆର ରିକି ପଣ୍ଟି˚ ଦଳର ପ୍ରଶିକ୍ଷକ ଅଛନ୍ତି। ତେବେ ଦଳର ଅଧିକା˚ଶ ଖେଳାଳିଙ୍କୁ ସେ ବ୍ୟକ୍ତିଗତ ଭାବେ ଜାଣିଥିବାରୁ ଗୋଟିଏ ୟୁନିଟ୍‌ ଭାବେ ଖେଳିବା ସହ ପରବର୍ତ୍ତୀ ଋତୁ ବହୁତ ଭଲରେ କଟିବ ବୋଲି ସେ କହିଛନ୍ତି। ରାହାଣେ ଭାରତ ପାଇଁ ୬୫ ଟେଷ୍ଟ, ୯୦ ଦିନିକିଆ ଓ ୨୦ ଟ୍ବେଣ୍ଟି-୨୦ରେ ପ୍ରତିନିଧିତ୍ବ କରିଥିଲା ବେଳେ ତାଙ୍କର ବ୍ୟାଟି˚ ଶୈଳୀ ଓ ଶାନ୍ତ ସ୍ବଭାବ ଯୋଗୁଁ ବର୍ତ୍ତମାନ ରାହୁଲ ଦ୍ରାବିଡ଼ଙ୍କ ସହ ତାଙ୍କୁ ତୁଳନା କରାଯାଉଛି। ଏପରିକି ଦ୍ରାବିଡ଼ ଓ ସଚିନ ତେନ୍ଦୁଲକର ତାଙ୍କ ଜୀବନକୁ ଅନେକ ପ୍ରଭାବିତ କରିଥିବା ରାହାଣେ କହିଛନ୍ତି। ରାହାଣେ ୨୦୧୧ରେ ଦିନିକିଆ ଓ ଟ୍ବେଣ୍ଟି-୨୦ରେ ପଦାର୍ପଣ କରିଥିଲା ବେଳେ ଦ୍ରାବିଡ଼ ମଧ୍ୟ ସେହି ଦଳରେ ସାମିଲ ଥିଲେ। ୨୦୧୩ରେ ଦିଲ୍ଲୀରେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ପଦାର୍ପଣ କରିଥିଲା ବେଳେ ସଚିନ୍‌ଙ୍କ ସହ ଏକାଠି ବ୍ୟାଟି˚ କରିବାର ସୁଯୋଗ ମିଳିଥିଲା।

ସମ୍ବନ୍ଧିତ ଖବର