ମୁମ୍ବାଇ : ନ୍ୟୁଜିଲାଣ୍ଡରେ ଆୟୋଜିତ ୧୯ ବର୍ଷରୁ କମ୍ ବିଶ୍ୱକପ୍ ଜିତି ଇତିହାସ ରଚିଥିବା ଭାରତୀୟ କନିଷ୍ଠ କ୍ରିକେଟ୍ ଦଳକୁ ବିସିସିଆଇ ପୁରସ୍କାରରେ ପୋତି ଦେଇଥିଲା। ହେଲେ ଏହି ପୁରସ୍କାରକୁ ନେଇ ଦଳର ମୁଖ୍ୟ ପ୍ରଶିକ୍ଷକ ତଥା ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡ ତୀବ୍ର ଅସନ୍ତୋଷ ଜାହିର କରିଛନ୍ତି। ବିଶେଷ କରି ସହାୟକ ଅଧିକାରୀ ଏବଂ ତାଙ୍କୁ ମିଳିବାକୁ ଥିବା ପୁରସ୍କାର ରାଶିର ପାର୍ଥକ୍ୟକୁ ସେ ସହଜରେ ଗ୍ରହଣ କରି ନାହାନ୍ତି। ବିଶ୍ୱକପ୍ ଜିତିବା ପରେ ବିସିସିଆଇ ପୂର୍ବ ପରମ୍ପରା ଭାଙ୍ଗି ଦ୍ରାବିଡଙ୍କୁ ସର୍ବାଧିକ ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିଥିଲା। ଖେଳାଳିମାନେ ୩୦ ଏବଂ ସହାୟକ ଅଧିକାରୀ ୨୦ ଲକ୍ଷ ପାଇବେ ବୋଲି ସଂପ୍ରତି ବିସିସିଆଇ ପରିଚାଳନା ଦାୟିତ୍ୱରେ ଥିବା ଉଚ୍ଚତମ ନ୍ୟାୟାଳୟଙ୍କ ନିଯୁକ୍ତ ପ୍ରଶାସନିକ ସମିତି ଘୋଷଣା କରିଥିଲା। ତେବେ ଅଧିକାରୀଙ୍କୁ କାହିଁକି ୨୦ ଲକ୍ଷ ଟଙ୍କା ଦିଆଗଲା ବୋଲି ଦ୍ରାବିଡ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଭାରତ ବିଜୟରେ ସମସ୍ତେ ସମାନ ଭୂମିକା ତୁଲାଇଛନ୍ତି। ସହାୟକ ଅଧିକାରୀଙ୍କ ଅବଦାନ ମଧ୍ୟ କୌଣସି ଗୁଣରେ କମ୍ ନୁହେଁ। ସେମାନଙ୍କୁ ମଧ୍ୟ ସମାନ ପୁରସ୍କାର ରାଶି ମିଳୁ।
ପୁରସ୍କାରରେ ପାର୍ଥକ୍ୟ ନେଇ ଦ୍ରାବିଡ ଅସନ୍ତୁଷ୍ଟ
/sambad/media/post_attachments/wp-content/uploads/2018/02/rahul-ie-m.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)