ନୂଆଦିଲ୍ଲୀ: ମାଥ୍ୟୁ ମୋଟ୍ଙ୍କ ପରେ ଇଂଲଣ୍ଡ ଦିନିକିଆ ଓ ଟ୍ବେଣ୍ଟି-୨୦ ଦଳର ନୂଆ ପ୍ରଶିକ୍ଷକ ପାଇଁ ଯୋଗ୍ୟ ପ୍ରାର୍ଥୀ ଖୋଜିବା ଆରମ୍ଭ କରିଛି ଇଂଲଣ୍ଡ କ୍ରିକେଟ୍ ବୋର୍ଡ (ଇସିବି)। ଏହି ଦୌଡ଼ରେ ଇଂଲଣ୍ଡର ପୂର୍ବତନ କ୍ରିକେଟର୍ ରବର୍ଟ କି ଆଗରେ ଅଛନ୍ତି। ତଥାପି ବିଶ୍ବର ଉଚ୍ଚ ମାନ୍ୟତା ପାଉଥିବା ପ୍ରଶିକ୍ଷକଙ୍କ ସହ ମଧ୍ୟ ଇସିବି ଯୋଗାଯୋଗ କରିବାକୁ ଯିବ ବୋଲି ପୂର୍ବତନ କ୍ରିକେଟର୍ ଇଅନ୍ ମୋର୍ଗାନ୍ କହିଛନ୍ତି। ତାଲିକାର ପ୍ରଥମ ସ୍ଥାନରେ ଭାରତୀୟ ଦଳର ପୂର୍ବତନ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ ଥିଲା ବେଳେ ରିକି ପଣ୍ଟିଂ, ଷ୍ଟିଫେନ୍ ଫ୍ଲେମିଂ ଓ ବ୍ରେଣ୍ଡନ୍ ମ୍ୟାକଲମ୍ଙ୍କ ସହିତ ଇସିବି ଯୋଗାଯୋଗ କରିବ ବୋଲି ଏକ ସାକ୍ଷାତକାରରେ ମୋର୍ଗାନ୍ କହିଛନ୍ତି। ମ୍ୟାକଲମ୍ ଏବେ ଇଂଲଣ୍ଡର ଟେଷ୍ଟ୍ ଦଳର ପ୍ରଶିକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି। ଗତ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଇଂଲଣ୍ଡର୍ ଖରାପ ପ୍ରଦର୍ଶନ ପରେ ମୁଖ୍ୟ ପ୍ରଶିକ୍ଷକ ମାଥ୍ୟୁ ମୋଟ୍ ତାଙ୍କ ପଦରୁ ଓହରିଯାଇଥିଲେ। ଦ୍ରାବିଡ଼ଙ୍କ ପ୍ରଶିକ୍ଷକ କାର୍ଯ୍ୟକାଳ ମଧ୍ୟ ଶେଷ ହୋଇଯାଇଛି। ସେ ଏବେ କୌଣସି ପଦବିରେ ନଥିବାରୁ ତାଙ୍କ ଉପରେ ଇସିବି ନଜର ରଖିଥିବା ମୋର୍ଗାନ କହିଛନ୍ତି।
ଇଂଲଣ୍ଡ ଟେଷ୍ଟ୍ ଦଳର ପ୍ରଶିକ୍ଷକ ଦୌଡ଼ରେ ଦ୍ରାବିଡ଼
/sambad/media/post_attachments/wp-content/uploads/2021/10/Rahul-Dravid.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)