ସିଲି ପଏଣ୍ଟ୍‌: ଅକାୟଙ୍କ ଜନ୍ମ ପରେ କୋହଲିଙ୍କ ପ୍ରଥମ ଦେଖା

ନୂଆଦିଲ୍ଲୀ: ପୁଅ ଅକାୟଙ୍କ ଜନ୍ମ ପରଠୁ କିଂବଦନ୍ତି କ୍ର‌ିକେଟର୍‌ ବିରାଟ କୋହଲି ସର୍ବସାଧାରଣ‌ ସ୍ଥାନରେ ଦେଖିବାକୁ ମିଳି ନଥିଲେ। ଶନିବାର ଏହି ତାରକା ବ୍ୟାଟର୍‌ ପ୍ରଥମ ଥର ଦେଖା ଦେଇଛନ୍ତି। ଆଇପିଏଲ୍‌ ଖେଳିବା ପୂର୍ବରୁ ସେ ବିମାନ ବନ୍ଦରରେ ଦେଖାଯାଇଥିଲେ। ବିମାନବନ୍ଦରରୁ ବାହାରିବାର ତାଙ୍କ ଫଟୋ ଏବଂ କାର୍‌ରେ ବସୁଥିବାର ଏକ ଭିଡିଓକୁ ଷ୍ଟାର ସ୍ପୋର୍ଟ୍ସ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛି। ଏହା ପୋଷ୍ଟ ହେଉ ହେଉ ବିରାଟଙ୍କ ପ୍ରଶଂସକମାନେ ଲାଇକ୍‌ କରିବା ସହ ସଙ୍ଗେସଙ୍ଗେ ଏହାକୁ ଭାଇରାଲ କରିଦେଇଛନ୍ତି। ପତ୍ନୀ ଅନୁଷ୍କା ଶର୍ମା ଗର୍ଭବତୀ ଥିବାରୁ ତାଙ୍କୁ ସମୟ ଦେବା ଲାଗି କୋହଲି ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ଶୃଙ୍ଖଳାରୁ ଓହରି ଯାଇଥିଲେ। ଏହା ପରେ ଏବେ ଆଇପିଏଲ୍‌ରେ ସେ ଦେଖିବାକୁ ମିଳିବେ। ତାଙ୍କ ଦଳ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୨୨ ତାରିଖ ଉଦ୍‌ଘାଟନୀ ଦିବସରେ ‌ବିଜେତା ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରୁ ଅଭିଯାନ ଆରମ୍ଭ କରିବ।

ସମ୍ବନ୍ଧିତ ଖବର