ବେଙ୍ଗାଲୁରୁ: ଭାରତୀୟ ବ୍ୟାଟିଂ କିଂବଦନ୍ତି ରାହୁଲ ଦ୍ରାବିଡ଼ଙ୍କ ପୁଅ ସୁମିତ ବାପାଙ୍କ ପରି ଚମକ ଦେଖାଇଛନ୍ତି। କର୍ଣ୍ଣାଟକ ରାଜ୍ୟ କ୍ରିକେଟ୍ ସଂଘ ଆନୁକୂଲ୍ୟରେ ଆୟୋଜିତ ୧୪ ବର୍ଷରୁ କମ୍ ଅନ୍ତଃଜୋନ୍ ପ୍ରତିଯୋଗିତାରେ ସୁମିତ ଦ୍ବିଶତକ ହାସଲ କରିଛନ୍ତି। ଉପସଭାପତି ଏକାଦଶ ପକ୍ଷରୁ ଖେଳୁଥିବା ଏହି ୧୪ ବର୍ଷୀୟ କନିଷ୍ଠ ଦ୍ରାବିଡ଼ ପ୍ରଥମ ପାଳିରେ ୨୫୦ ବଲ୍ ଖେଳି ୨୨ ଚୌକା ସହ ୨୦୧ ରନ୍ କରିଥିଲା ବେଳେ ଦ୍ବିତୀୟ ପାଳିରେ ୯୪ ରନ୍ରେ ଅପରାଜିତ ରହିଥିଲେ। ସେ ମଧ୍ୟ ଏହି ମ୍ୟାଚ୍ରେ ୩ ୱିକେଟ୍ ନେଇଥିଲେ। ତାଙ୍କର ଅଲ୍ରାଉଣ୍ଡ ପ୍ରଦର୍ଶନ ପାଇଁ ଧରବାଦ ଜୋନ୍ ବିପକ୍ଷ ଏହି ମ୍ୟାଚ୍ ଅମୀମାଂସିତ ଭାବେ ଶେଷ ହୋଇଥିଲା।
ଦ୍ରାବିଡ଼ଙ୍କ ପୁଅ ମାରିଲେ ଦ୍ବିଶତକ
/sambad/media/post_attachments/wp-content/uploads/2019/12/samit-dravid_2210502_835x547-m.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)