ମୁମ୍ବାଇ: ପୂର୍ବତନ ଭାରତୀୟ ଅଧିନାୟକ ତଥା ବ୍ୟାଟିଂ କିମ୍ବଦନ୍ତୀ ରାହୁଲ୍ ଦ୍ରାବିଡ୍ ନୂଆ ରୂପ ପାଇଥିବା ବିସିସିଆଇର ଜାତୀୟ କ୍ରିକେଟ୍ ଏକାଡେମି (ଏନ୍ସିଏ)ର ମୁଖ୍ୟ ଦାୟିତ୍ବ ସମ୍ଭାଳିବେ। ଯଦିଓ ତାଙ୍କ ଭୂମିକା ନେଇ ସେପରି କୌଣସି ପଦ ବିଦ୍ଧିବଦ୍ଧ ଭାବେ ସ୍ଥିର ହୋଇନାହିଁ, ତଥାପି ଖୁବ୍ ଶୀଘ୍ର ତାଙ୍କ ଦୃଷ୍ଟିକୋଣ ଏକାଡେମିକୁ ନୂଆ ରୂପ ଦେଇଥିବାରୁ ସେ ମୁଖ୍ୟ ଦାୟିତ୍ବ ତଥା କ୍ରିକେଟ୍ ନିର୍ଦେଶକ ଦାୟିତ୍ବ ଗ୍ରହଣ କରିବା ସମ୍ଭାବନା ରହିଛି। ଜାତୀୟ ଏକାଡେମିରେ ତାଙ୍କର ପ୍ରଭାବ ଯୋଗୁଁ ଦ୍ରାବିଡ୍ ଭାରତୀୟ କ୍ରିକେଟ୍ର ପୁନର୍ଗଠନ ଓ ପରିଚାଳନା ଦିଗରେ ସହାୟକ ହେବେ ବୋଲି ବିସିସିଆଇ ସ୍ଥିର କରିଛି। ହେଲେ ଏହି ପଦ ପାଇଁ ଉଚ୍ଚତମ ନ୍ୟାୟାଳୟ ନିଯୁକ୍ତ ସିଓଏ (ପ୍ରଶାସକ ସମିତି) ଖୁବ୍ ଶୀଘ୍ର ବିଜ୍ଞପ୍ତି ପ୍ରକାଶ କରିବ। ଆଉ ସିଓଏର ଆତ୍ମ ନିଯୁକ୍ତି ନୀତି ଭିତ୍ତିରେ ଦ୍ରାବିଡ୍ ମଧ୍ୟ ସାକ୍ଷାତକାରରେ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି। ଦ୍ରାବିଡ୍ ହିଁ ଏକାଡେମିରେ ଆମୂଳଚୁଳ ପରିବର୍ତନ ଆଣିପାରିବେ ବୋଲି ବୋର୍ଡ ଆଶା ରଖିଛି। ନୂଆ ଭୁମିକାରେ ଦ୍ରାବିଡ୍ ଏକାଡେମିର ପୂରା ପ୍ରଶିକ୍ଷଣମଣ୍ଡଳିର ନିଯୁକ୍ତି ଓ କାର୍ଯ୍ୟକୁ ନେଇ ଦାୟୀ ରହିବେ। ଏପରିକି ପ୍ରଶିକ୍ଷକମଣ୍ଡଳି ନିଯୁକ୍ତି ନେଇ ମଧ୍ୟ ଦ୍ରାବିଡ୍ ତଦାରଖ କରିବେ ବୋଲି ବୋର୍ଡ ସ୍ଥିର କରିଛି। ଏନ୍ସିଏ ମୁଖ୍ୟ ତାଙ୍କ ରିପୋର୍ଟ ବୋର୍ଡର ମହାପ୍ରବନ୍ଧକ (ଅପରେସନ୍)ଙ୍କୁ ଅର୍ପଣ କରିବେ। ସଂପ୍ରତି ମହାପ୍ରବନ୍ଧକ (ଅପରେସନ୍) ପଦରେ ପୂର୍ବତନ ୱିକେଟ୍ରକ୍ଷକ ସବା କରିମ୍ ରହିଛନ୍ତି।
ଏନ୍ସିଏର ଦାୟିତ୍ବ ନେବେ ଦ୍ରାବିଡ୍
/sambad/media/post_attachments/wp-content/uploads/2019/04/rahul-dravid_.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)