ଦ୍ରାବିଡ଼ ହେବେ ବିସିସିଆଇ କୋଭିଡ୍ ଟାସ୍କ ଫୋର୍ସ ମୁଖ୍ୟ

ମୁମ୍ବାଇ: ଏନସିଏ ମୁଖ୍ୟ ତଥା ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡ଼ କରୋନା କାଳରେ କ୍ରିକେଟ୍ ଆୟୋଜନ ପାଇଁ ବିସିସିଆଇ ଗଠନ କରିବାକୁ ଯାଉଥିବା କୋଭିଡ୍-୧୯ ଟାସ୍କ ଫୋର୍ସର ମୁଖ୍ୟ ପଦ ଅଳଙ୍କୃତ କରିବେ। ଏହି ଟାସ୍କ ଫୋର୍ସ ବିସିସିଆଇ ସୋମବାର ଜାରି କରିଥିବା ଏସ୍‌ଓପି ଯେମିତି ଠିକ ଭାବେ ଉପଯୋଗ ହୁଏ, ତାହା ସୁନିଶ୍ଚିତ କରିବ। ଏନ୍‌ସିଏରେ ଯୋଗ ଦେଉଥିବା ଖେଳାଳିମାନେ ମଧ୍ୟ ବିସିସିଆଇର ଏସ୍‌ଓପିକୁ ମାନିବେ ବୋଲି ଲଖିତ ପ୍ରତିଶ୍ରୁତି ଦେବେ। ଦ୍ରାବିଡ଼ଙ୍କ ସହ ବିସିସିଆଇର ବରିଷ୍ଠ ଅଧିକାରୀମାନେ ମଧ୍ୟ ଏହି ଟାସ୍କ ଫୋର୍ସର ସଦସ୍ୟ ରହିବେ। ତେବେ ଏଥିନେଇ ଆନୁଷ୍ଠାନିକ ଘୋଷଣା ଆସନ୍ତା କିଛି ଦିନ ଭିତରେ ହେବ।

ସମ୍ବନ୍ଧିତ ଖବର