ଉନ୍ନତ ପ୍ରଦର୍ଶନ ପାଇଁ ଦ୍ରାବିଡ଼ଙ୍କ ପାଖରୁ ଗୁରୁମନ୍ତ୍ର ନେବେ ଏହି ୫ ଖେଳାଳି

ନୂଆଦିଲ୍ଲୀ: ଭାରତ-ବାଂଲାଦେଶ ଆସନ୍ତା ନଭେମ୍ବର ୨୨ତାରିଖରୁ ୨୬ ତାରିଖ ଯାଏଁ କୋଲକାତାର ଇଡେନ ଗାର୍ଡେନରେ ପ୍ରଥମ ଦିବାରାତ୍ର ଟେଷ୍ଟ ମ୍ୟାଚ ଖେଳିବେ | ଦିବାରାତ୍ର ଟେଷ୍ଟ ମ୍ୟାଚ ଗୋଲାପୀ ବଲରେ ଖେଳାହେବାକୁ ଥିବାବେଳେ ଯାହାକୁ ନେଇ ଟିମ ଇଣ୍ଡିଆର କିଛି ଖେଳାଳି ଏହାକୁ ନେଇ ନିଜକୁ ପ୍ରସ୍ତୁତ କରିବେ | ତେବେ ଏହି ଖେଳାଳିମାନଙ୍କୁ ଟିମ ଇଣ୍ଡିଆର ପୂର୍ବତନ ଖେଳାଳି ତଥା ଦୁର୍ଦ୍ଧଷ ବ୍ୟାଟ୍ସମ୍ୟାନ ରାହୁଲ ଦ୍ରାବିଡ଼ ଟ୍ରେନିଂ ଦେବେ | ଭାରତୀୟ ଟିମର ପୂର୍ବତନ ଅଧିନାୟକ ତଥା ରାଷ୍ଟ୍ରୀୟ କ୍ରିକେଟ ଏକାଡେମୀର ମୁଖ୍ୟ ରାହୁଲ ଦ୍ରାବିଡ଼ ଭାରତୀୟ ଟିମର ପାଞ୍ଚ ଜଣ ଖେଳାଳିଙ୍କୁ ଗୋଲାପୀ ବଲରେ କିଭଳି ଉନ୍ନତ ପ୍ରଦର୍ଶନ କରିବେ ସେ ନେଇ ଟ୍ରେନିଂ ଦେବେ |

NDTV Sports

ଦିବାରାତ୍ର ଟେଷ୍ଟ ପୂର୍ବରୁ କ୍ରିକେଟ ଏକାଡେମୀରେ ଆରମ୍ଭ ହେବାକୁ ଥିବା ଏହି ଟ୍ରେନିଂରେ ଉପ ଅଧିନାୟକ ଆଜିଙ୍କ୍ୟ ରାହାଣେ, ଚେତ୍ତେଶ୍ୱର ପୂଜାରା, ମୟଙ୍କ ଅଗ୍ରୱାଲ, ମହମ୍ମଦ ସମୀ ଓ ରବୀନ୍ଦ୍ର ଜାଡେଜାଙ୍କ ନାମ ସାମିଲ କରାଯାଇଛି | କ୍ରିକେଟ ଏକାଡେମୀରେ ରାହୁଲ ଦ୍ରାବିଡ଼ ଏହି ଖେଳାଳିମାନଙ୍କୁ ଗୁରୁ ମନ୍ତ୍ର ଦେବେ |

ବାଙ୍ଗାଲୋରରେ ଥିବା କ୍ରିକେଟ ଏକାଡେମୀରେ ଦ୍ରାବିଡ଼ ପୁରା ଦିନ ଏହି ପାଞ୍ଚ ଜଣ ଖେଳାଳିଙ୍କୁ ପିଙ୍କ ବଲରେ ଖେଳିବାର ଶିକ୍ଷାଦାନ ଦେବେ | ତେବେ ପ୍ରଥମେ ଉଭୟ ଦିନ ଓ ରାତିରେ ଟ୍ରେନିଂ ଦେବାକୁ ଯୋଜନା ହୋଇଥିବାବେଳେ କିଛି କାରଣ ପାଇଁ କେବଳ ଦିନରେ ଏହି ଶିକ୍ଷାଦାନ ଦିଆଯିବ |

ସମ୍ବନ୍ଧିତ ଖବର