କଟକ: ଅନ୍ତଃଜିଲ୍ଲା କଳାହାଣ୍ଡି କପ୍ କ୍ରିକେଟ୍ ପ୍ରତିଯୋଗିତାରେ ମଙ୍ଗଳବାର ଓଡ଼ିଶା ଏ’କୁ କଟକ ଏ’, ଓଡ଼ିଶା ସି’କୁ ଝାରସୁଗୁଡା, ବାଲେଶ୍ବରକୁ ଓଡ଼ିଶା-ଇ, ଓଡ଼ିଶା ବି’କୁ ଭୁବନେଶ୍ବର-ଏ, ଓଡ଼ିଶା ଡି’କୁ ପୂର୍ବତଟ ରେଳବାଇ ଓ ଭଦ୍ରକକୁ ଓଡ଼ିଶା-ଏଫ୍ ପାଳି ଅଗ୍ରଣୀ ଭିତ୍ତିରେ ହରାଇଛନ୍ତି। ଖେଳାଯାଇଥିବା ମ୍ୟାଚ୍ଗୁଡ଼ିକ ମଧ୍ୟରେ କଟକର ଆଶିଷ ରାୟ, ଭୁବନେଶ୍ବର-ଏ’ର ଆଶିଷ କୁମାର ପ୍ରଧାନ ଏବଂ ଭଦ୍ରକର ଅବିନାଶ ସିଂହ ୫ ୱିକେଟ୍ ସଫଳତା ପାଇଥିଲେ। ସେହିପରି ଓଡ଼ିଶା-ଇ ପକ୍ଷରୁ ମହମ୍ମଦ ସୁଲେମାନ (୧୧୭ ରନ୍) ଏବଂ ପୂର୍ବତଟ ରେଳବାଇର ଅଙ୍କିତ ଯାଦବ (୧୯୦ ରନ୍) ଶତକ ଜମାଇଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp