ନୂଆଦିଲ୍ଲୀ: ଗୁରୁବାର ବିଳମ୍ବିତ ରାତିରେ ସଂସଦର ଉଭୟ ଗୃହରେ 'ଅନଲାଇନ୍ ଗେମିଂ ପ୍ରୋତ୍ସାହନ ଏବଂ ନିୟନ୍ତ୍ରଣ ବିଲ୍' ଗୃହୀତ ହେବା ପରେ ଖେଳାଳିମାନଙ୍କ ପରି ‘ଟିମ୍ ଇଣ୍ଡିଆ’ ବି ଏବେ ଚିନ୍ତାରେ। ଭାରତୀୟ କ୍ରିକେଟ୍ ଦଳ ଆସନ୍ତା ମାସରେ ସଂଯୁକ୍ତ ଆରବ ଏମିରେଟ୍ସରେ ଆରମ୍ଭ ହେବାକୁ ଥିବା ଏସିଆ କପରେ ପିନ୍ଧିବାକୁ ଥିବା ଜର୍ସିରେ ଆଉ ଦେଖିବାକୁ ମିଳିବନି ମନି ଗେମ୍ ଆପ୍ ‘ଡ୍ରିମ୍ ୧୧’ର ଲୋଗ।
ଯାହା ଜାଣିବାକୁ ମିଳିଛି ଭାରତୀୟ କ୍ରିକଟେ୍ ଟିମ୍ ତା’ର ଏକ ବଡ଼ ପ୍ରାୟୋଜକକୁ ହରାଇଛି। ଜୁଲାଇ ୨୦୨୩ରେ ତିନି ବର୍ଷ ପାଇଁ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରାୟୋଜକ ଭାବରେ ‘ଡ୍ରିମ୍ ୧୧’କୁ ଘୋଷଣା କରାଯାଇଥିଲା। ହେଲେ ଏବେ କିନ୍ତୁ ବିନା ସ୍ପନ୍ସରରେ ଏସିଆ କପ୍ ଖେଳିବ ଟିମ୍ ଇଣ୍ଡିଆ । ଭାରତରେ ନୂଆ ଗେମିଂ ବିଲ୍ ପାସ୍ ହେବା ପରେ ଏଭଳି କିଛି ପରିବର୍ତ୍ତନ ଦେଖିବାକୁ ମିଳିପାରେ ।
ମିଡିଆ ରିପୋର୍ଟ ଅନୁସାରେ, ଏହି ବିଲ୍ ପାସ୍ ହେଲା ପରେ ଅନଲାଇନ୍ ରିୟଲ୍ ମନି ଗେମ୍ସ ଉପରେ କଟକଣା ଲାଗିଯିବ । ଯାହାକି ଏହି ସବୁ କମ୍ପାନିଗୁଡ଼ିକ ପାଇଁ ଗୋଟିଏ ବଡ଼ ଝଟକା । ଅନଲାଇନ୍ ଗେମରୁ କୋଟି କୋଟି ଟଙ୍କା ରୋଜଗାର କରୁଥିବା ଏହି କମ୍ପାନି ଉପରେ ଅଙ୍କୁଶ ଲାଗିଲେ, କମ୍ପାନିର କୋଟି କୋଟି ଟଙ୍କା କ୍ଷତି ହେବ ।
ଡ୍ରିମ୍ ୧୧ ଯେହେତୁ ଏହିଭଳି ଏକ କମ୍ପାନି, ତେଣୁ ଏହା ଉପରେ ମଧ୍ୟ ସରକାରଙ୍କର ନୂଆ ଗେମିଂ ବିଲର ପ୍ରଭାବ ପଡ଼ିଛି । ଅନଲାଇନ୍ ଗେମିଂରୁ କମ୍ପାନି ପାଖାପାଖି ନିଜ ରୋଜଗାରର ୬୭ ପ୍ରତିଶତ ରୋଜଗାର କରିଥାଏ । ହେଲେ ଏବେ ଏହି ଗେମ୍ ସବୁ ବ୍ୟାନ୍ ହେଲେ, କମ୍ପାନି କୋଟି କୋଟି ଟଙ୍କା କ୍ଷତି ସହିବ । ଆଉ ଯାହା ଫଳରେ ଡ୍ରିମ୍ ୧୧ କମ୍ପାନି ଭାରତୀୟ ଟିମର ସ୍ପନ୍ସର ରହିବନି ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/08/22/new-project-19-1-2025-08-22-18-05-34.jpg)