ନୂଆଦିଲ୍ଲୀ: ଫ୍ୟାଣ୍ଟାସି ସ୍ପୋର୍ଟସ୍ ପ୍ଲାଟଫର୍ମ ଡ୍ରିମ୧୧ ଆଉ ଭାରତୀୟ ପୁରୁଷ କ୍ରିକେଟ୍ ଦଳକୁ ପ୍ରାୟୋଜକ କରିବ ନାହିଁ। ସୂଚନା ମିଳିଛି ଯେ, ଡ୍ରିମ୧୧ ଅଧିକାରୀମାନେ ବିସିସିଆଇକୁ ଭେଟି ବୋର୍ଡକୁ କହିଛନ୍ତି ଯେ, ସେମାନେ ଏସିଆ କପରେ ଭାରତୀୟ ଦଳକୁ ପ୍ରାୟୋଜକ କରିପାରିବେ ନାହିଁ। ଦେଶରେ ଅନଲାଇନ୍ ଗେମିଂ ଆଇନ ଲାଗୁ ହେବା ପରେ, ଫ୍ୟାଣ୍ଟାସି ଗେମିଂ କମ୍ପାନି ଡ୍ରିମ-୧୧ ଏହାର ଅନଲାଇନ୍ ବ୍ୟବସାୟ ବନ୍ଦ କରିଦେଇଛି।

Advertisment

ଏବେ ଯେତେବେଳେ 'ଡ୍ରିମ୧୧' ଭାରତୀୟ ପୁରୁଷ କ୍ରିକେଟ୍ ଦଳକୁ ପ୍ରାୟୋଜକ କରିବ ନାହିଁ, ତେବେ ଟିମ୍ ଇଣ୍ଡିଆର ନୂତନ ପ୍ରାୟୋଜକ କିଏ ହେବ? ଏ ସମ୍ପର୍କରେ ଏବେ ଆଲୋଚନା ଆରମ୍ଭ ହୋଇଛି। ଏହି ଆଲୋଚନାରେ ଦେଶର କିଛି କୋଟିପତି କମ୍ପାନିର ନାମ ଆ‌ଗ‌ରେ ରହିଛି, ଯେଉଁମାନେ ଟିମ୍ ଇଣ୍ଡିଆର ନୂଆ ପ୍ରାୟୋଜକ ହେବେ ବୋଲି ଚର୍ଚ୍ଚା ହେଉଛି। ପ୍ରଥମ ନମ୍ବରରେ ରହିଛି ;

୧. ଟାଟା ଗ୍ରୁପ: କୁହାଯାଉଛି ଯେ, ଟାଟା ଗ୍ରୁପ୍ ପ୍ରାୟୋଜକ ହେବା ପାଇଁ ଆଗକୁ ଆସିପାରେ। ଭାରତୀୟ କ୍ରିକେଟ୍ ଦଳର ନୂତନ ପ୍ରାୟୋଜକ ହେବା ପାଇଁ ଟାଟା ଗ୍ରୁପ୍ ବିସିସିଆଇ ନିକଟରେ ଦାବି କରିପାରେ ବୋଲି ଚର୍ଚ୍ଚା ଚାଲିଛି। ଭାରତୀୟ ବଜାରରେ ଟାଟା ଗ୍ରୁପ୍ ଏକ ବହୁତ ଶକ୍ତିଶାଳୀ ଏବଂ ନିର୍ଭରଯୋଗ୍ୟ ନାମ। ଟାଟା ପୂର୍ବରୁ ୨୦୨୮ପର୍ଯ୍ୟନ୍ତ ଆଇପିଏଲର ଟାଇଟଲ୍ ପ୍ରାୟୋଜକ ରହିବା ପାଇଁ ଚୁକ୍ତି କରିସାରିଛି। ଏପରି ପରିସ୍ଥିତିରେ, ଆଗାମୀ ସମୟରେ ଟାଟା ଗ୍ରୁପ୍ ଟିମ୍ ଇଣ୍ଡିଆର ପ୍ରାୟୋଜକ ହେବାର ସମ୍ଭାବନା ଅଧିକ।

୨.ଜିଓ ଡିଜିଟାଲ୍ ଏବଂ ଟେଲିକମ୍ ଇଣ୍ଡଷ୍ଟ୍ରିଜ୍ : କ୍ରୀଡା ଜଗତରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ପ୍ରାଧାନ୍ୟ ନିରନ୍ତର ବୃଦ୍ଧି ପାଉଛି। ତେଣୁ ଏହା କହିବା ଭୁଲ ହେବ ନାହିଁ ଯେ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ମଧ୍ୟ ପ୍ରାୟୋଜକ ହେବାର ଦୌଡ଼ରେ ନିଜର ଦାବି ଉପସ୍ଥାପନ କରିପାରେ। ରିଲାଏନ୍ସ ଜିଓ ଡିଜିଟାଲ୍ ଏବଂ ଟେଲିକମ୍ ଇଣ୍ଡଷ୍ଟ୍ରିଜ୍ ବଜାରରେ ବହୁତ ସକ୍ରିୟ ଏବଂ ବିଶେଷକରି କ୍ରୀଡା ଜଗତରେ ନିରନ୍ତର ନିଜର ପରିଚୟ ସୃଷ୍ଟି କରୁଛି।

୩. ଆମାଜନ-ଫ୍ଲିପକାର୍ଟଅନଲାଇନ୍ ସପିଂ ପ୍ଲାଟଫର୍ମ ଆମାଜନ ଏବଂ ଫ୍ଲିପକାର୍ଟ ଭଳି କମ୍ପାନିଗୁଡ଼ିକ ମଧ୍ୟ ଦାବିଦାର ଭାବରେ ଆଗକୁ ଆସିପାରନ୍ତି। ଏହି କମ୍ପାନିଗଡ଼ିକ ଭାରତରେ ନିଜର ପତିଆରା ମଜବୁତ କରିବା ପାଇଁ ଭାରତୀୟ କ୍ରିକେଟ ଦଳର ସାହାଯ୍ୟ ନେଇପାରେ। କ୍ରିକେଟ ହେଉଛି ଭାରତରେ ସବୁଠାରୁ ଲୋକପ୍ରିୟ ଖେଳ ଏବଂ ଯଦି ଏହି କମ୍ପାନିଗୁଡ଼ିକ ଏହା ସହିତ ଜଡିତ ହୁଅନ୍ତି, ତେବେ ସେମାନେ ଲାଭବାନ ହେବେ।

୪. ଫିନଟେକ୍ କମ୍ପାନି: ଫିନଟେକ୍ କମ୍ପାନିଗୁଡ଼ିକ ମଧ୍ୟ ଭାରତୀୟ ପୁରୁଷ କ୍ରିକେଟ୍ ଦଳକୁ ପ୍ରାୟୋଜକ କରିବା ପାଇଁ ଆଗକୁ ଆସିପାରନ୍ତି। ଭାରତରେ ଷ୍ଟକ୍ ବଜାରରେ ନିବେଶ ନିରନ୍ତର ବୃଦ୍ଧି ପାଉଛି, ଯାହାକୁ ଦୃଷ୍ଟିରେ ରଖି ଫିନଟେକ୍ କମ୍ପାନିଗୁଡ଼ିକ ପ୍ରାୟୋଜକ ଦୌଡ଼ରେ ଆଗକୁ ଆସିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଜେରୋଧା, ଆଞ୍ଜେଲ ୱାନ୍, ଗ୍ରୋ ଭଳି କମ୍ପାନିଗୁଡ଼ିକ ନିରନ୍ତର ଆଗକୁ ବଢ଼ୁଛନ୍ତି। ଏହି କମ୍ପାନିଗୁଡ଼ିକ ମଧ୍ୟରୁ କିଛି ପ୍ରାୟୋଜକ ଭାବରେ ଆଇପିଏଲ ସହିତ ଜଡିତ ଅଛନ୍ତି। ଏପରି ପରିସ୍ଥିତିରେ, ଏହି କମ୍ପାନିଗୁଡ଼ିକ ପୁରୁଷ କ୍ରିକେଟ୍ ଦଳର ପ୍ରାୟୋଜକ ଭାବରେ ଆଗକୁ ଆସିପାରନ୍ତି ବୋଲି କୁହାଯାଉଛି।

ଯଦି ବିସିସିଆଇ ସେପ୍ଟେମ୍ବର ୯ରେ ଏସିଆ କପ୍ ଆରମ୍ଭ ହେବା ପୂର୍ବରୁ ନୂତନ ପ୍ରାୟୋଜକ ଖୋଜି ପାରିବ ନାହିଁ, ତେବେ ଭାରତୀୟ ଦଳ କୌଣସି ମୁଖ୍ୟ ପ୍ରାୟୋଜକ ବିନା ଟୁର୍ଣ୍ଣାମେଣ୍ଟ ଖେଳିବ। ଏସିଆ କପ୍ ସେପ୍ଟେମ୍ବର ୯ରେ ଆରମ୍ଭ ହେବ ଏବଂ ଏହାର ଶେଷ ମ୍ୟାଚ୍ ୨୮ତାରିଖରେ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟ ଦୁବାଇ ଏବଂ ଆବୁଧାବିରେ ଖେଳାଯିବ।