କଟକ : ଡ୍ରିମ୍‌ସ ଷ୍ଟାଡିୟମରେ ଚାଲିଥିବା ରଣଜୀ ଟ୍ରଫି ଲଢ଼େଇରେ ହରିୟାଣା ବିପକ୍ଷରେ ଓଡ଼ିଶା ଭଲ ସ୍ଥିତି ପାଇଯାଇଛି। ପ୍ରଥମ ଦିବସରେ ୩୦୬/୫ କରିଥିବା ଭ୍ରମଣକାରୀ ଦଳ ଦ୍ବିତୀୟ ଦିବସରେ ଆଉ ମାତ୍ର ୩୨ ରନ୍ ଯୋଡ଼ି ଅବଶିଷ୍ଟ ୫ ୱିକେଟ୍‌ ହରାଇଥିଲା। ବିଶେଷକରି ସୂର୍ଯ୍ୟକାନ୍ତ ପ୍ରଧାନଙ୍କ ୬ ୱିକେଟ୍‌ ସାଙ୍ଗକୁ ପଦାର୍ପଣରେ ପ୍ରୟାସ ସିଂହଙ୍କ ୩ ୱିକେଟ୍‌ ସଫଳତା ଯୋଗୁଁ ହରିୟାଣା ପ୍ରଥମ ପାଳି ୩୩୮ରେ ଅଟକି ଯାଇଥିଲା। ନିଶାନ୍ତ ସିଦ୍ଧୁ ପୂର୍ବଦିନ ସ୍କୋର୍‌ ୧୪୨ରେ ଆଉଟ୍‌ ହୋଇଯାଇଥିଲା ବେଳେ ଜୟନ୍ତ ଯାଦବ ଆଉ ୧୩ ରନ୍‌ ଯୋଡ଼ି ୪୧ ରନ୍‌ରେ ପାଭିଲିୟନ୍‌ ‌ଫେରିଥିଲେ। ନିଶାନ୍ତଙ୍କୁ ଆଉଟ୍‌ କରି ପ୍ରୟାସ ପ୍ରଥମ ୱିକେଟ୍‌ ପାଇଥିଲା ବେଳେ ପ୍ରତିପକ୍ଷ ଅଧିନାୟକ ୟୁଝ୍‌ବେନ୍ଦ୍ର ଚହଲ ଏବଂ ହର୍ଷିତ୍‌ ‌ସୈନିଙ୍କୁ ପରବର୍ତୀ ଶିକାର କରିନେଇଥିଲେ। ଜବାବରେ ବୁଧବାର ଦ୍ବିତୀୟ ଦିବସ ଷ୍ଟମ୍ପ୍‌ସ ପ୍ରତ୍ୟାହାର ବେଳକୁ ଘରୋଇ ଓଡ଼ିଶା ୩ ୱିକେଟ୍‌ ବିନିମୟରେ ୨୦୪ ରନ୍‌ କରି ଦୃଢ଼ ସ୍ଥିତି ପାଇଯାଇଛି। ଫଳରେ ହାତରେ ୭ ୱିକେଟ୍‌ ଥାଇ ଓଡ଼ିଶା ୧୩୪ ରନ୍‌ ପଛରେ ରହିଛି।

Advertisment

ଦୁଇ ଓପ୍‌ନର ଅନୁରାଗ ଷଡଙ୍ଗୀ ଓ ଶାନ୍ତନୁ ମିଶ୍ର ଚମତ୍କାର ଆରମ୍ଭ କରିଥିଲେ। ଦୁହେଁ ନିଜ ନିଜର ଅର୍ଦ୍ଧଶତକ ପୂରଣ କରିବା ସାଙ୍ଗକୁ ଦଳୀୟ ସ୍କୋର୍‌କୁ ୯୮ରେ ପହଞ୍ଚାଇଥିଲା ବେଳେ ଚହଲ୍‌ ହିଁ ଏହି ଯୋଡ଼ି ଭାଙ୍ଗିଥିଲେ। ଚହଲଙ୍କ ବଲରେ ପ୍ରଥମ ୱିକେଟ ଭାବେ ଅନୁରାଗ ଷଡଙ୍ଗୀଙ୍କ ପତନ ଘଟିଥିଲା। ଏହାପରେ ସ୍ବସ୍ତିକ ସାମଲ ନିରାଶ କରିଥିଲେ। ସେ ମାତ୍ର ୧ ରନ କରି ଚହଲଙ୍କ ଦ୍ବିତୀୟ ଶିକାର ହୋଇଥିଲେ। ଶେଷରେ ଦିବସର ତୃତୀୟ ତଥା ଶେଷ ୱିକେଟ୍‌ ଭାବେ ଶାନ୍ତନୁ ମିଶ୍ର ପାଭିଲିୟନ ଫେରିଥିଲେ। ଶୁଭ୍ରାଂଶୁ ସେନାପତି ଏବଂ କାର୍ତ୍ତିକ ବିଶ୍ବାଳ ଅତୁଟ ଚତୁର୍ଥ ୱିକେଟ୍‌ରେ ୪୮ ରନ୍ ଯୋଡ଼ି ଓଡ଼ିଶାକୁ ପାଳି ଅଗ୍ରଣୀ ଦିଗରେ ଅଗ୍ରସର କରାଇଛନ୍ତି।

ଓଡ଼ିଶା-ହରିୟାଣା ସ୍କୋର‌୍‌ କାର୍ଡ

ହରିୟାଣା ପ୍ରଥମ ପାଳି: ୩୩୮/୧୦
ଯୁବରାଜ ସିଂହ-‌କ-ଅନୁରାଗ-ବୋ-ସୂର୍ଯ୍ୟକାନ୍ତ-୨୫
ଅଙ୍କିତ କୁମାର-କ-ସୁଜିତ-ବୋ-ସୂର୍ଯ୍ୟକାନ୍ତ-୨୩
ହିମାଂଶୁ ରାଣା-‌ବୋ-ସୂର୍ଯ୍ୟକାନ୍ତ-୨୩
ନିଶାନ୍ତ ସିଦ୍ଧୁ-କ-ସ୍ବସ୍ତିକ-ବୋ-ପ୍ରୟାସ-୧୪୨
ୟାଶୁ ଶର୍ମା-‌କ-ସୁଜିତ-ବୋ-ସୂର୍ଯ୍ୟକାନ୍ତ-୦୦
ରୋହିତ ଶର୍ମା-ବୋ-ଗୋବିନ୍ଦ ପୋଦ୍ଦାର-୫୫
ଜୟନ୍ତ ଯାଦବ-‌ଏଲ୍‌ବି-ବୋ-ସୂର୍ଯ୍ୟକାନ୍ତ-୪୧
ୟୁଝ୍‌ବେନ୍ଦ୍ର ଚହଲ-କ-ସୁଜିତ-ବୋ-ପ୍ରୟାସ-୦୨
ଅଂଶୁ କାମ୍ବୋଜ-‌ଅପରାଜିତ-୧୪
ଅଜିତ ଚହଲ-ଏଲ୍‌ବି-ବୋ-ସୂର୍ଯ୍ୟକାନ୍ତ-୦୨
ହର୍ଷିତ ସୈନି-‌ବୋ-ପ୍ରୟାସ-୦୦
ଅତିରିକ୍ତ- (ବା-୧, ଲେଗ୍‌ବାଇ-୭, ନୋ-୩)୧୧
ମୋଟ-(୧୦୦ ଓଭର, ଅଲ୍‌ଆଉଟ୍‌)-୩୩୮
ୱିକେଟ୍‌ ପତନ: ୩୬/୧, ୭୬/୨, ୮୯/୩, ୯୧/୪, ୨୪୬/୫, ୩୧୦/୬, ୩୨୨/୭, ୩୨୨/୮, ୩୩୭/୯, ୩୩୮/୧୦।
ବୋଲି˚: ସୂର୍ଯ୍ୟକାନ୍ତ ପ୍ରଧାନ ୨୫-୫-୯୩-୬, ପ୍ରୟାସ ସିଂହ ୨୩-୩-୬୬-୩, ତରଣୀ ସା’ ୧୭-୧-୬୬-୦, ଜୟନ୍ତ ବେହେରା ୨୪-୪-୬୨-୦, ଗୋବିନ୍ଦ ପୋଦ୍ଦାର ୧୧-୨-୪୩-୧।
ଓଡ଼ିଶା ପ୍ରଥମ ପାଳି: ୨୦୪/୩
ଅନୁରାଗ ଷଡ଼ଙ୍ଗୀ-‌ଏଲ୍‌ବି-ବୋ-ଚହଲ-୬୩
ଶାନ୍ତନୁ ମିଶ୍ର-ବୋ-ନିଶାନ୍ତ ସିଦ୍ଧୁ-୬୦
ସ୍ବସ୍ତିକ ସାମଲ-କ-ରାଣା-ବୋ-ଚହଲ-୦୧
ଶୁଭ୍ରାଂଶୁ ସେନାପତି-‌ଅପରାଜିତ-୪୨
କାର୍ତିକ ବିଶ୍ବାଳ-‌ଅପରାଜିତ-୨୯
ଅତିରିକ୍ତ- (ବା-୫, ଲେଗ୍‌ବାଇ-୪)୦୯
ମୋଟ-(୭୮ ଓଭର, ୩ ୱିକେଟ୍‌)-୨୦୪
ୱିକେଟ୍‌ ପତନ: ୯୮/୧, ୧୦୪/୨, ୧୫୬/୩।
ବୋଲି˚: ଅଂଶୁ କମ୍ବୋଜ ୧୦-୨-୨୬-୦, ଅଜିତ ଚହଲ ୧୧-୫-୨୫-୦, ଜୟନ୍ତ ଯାଦବ ୧୬-୪-୪୩-୦, ୟୁଝ୍‌ବେନ୍ଦ୍ର ଚହଲ ୧୮-୪-୫୫-୨, ନିଶାନ୍ତ ସିନ୍ଧୁ ୧୨-୩-୧୯-୧, ହର୍ଷିତ ସୈନି ୧୧-୧-୨୭-୦।