ମୁମ୍ବାଇ: ଭାରତୀୟ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଲୋକେଶ ରାହୁଲ୍ ୱେଷ୍ଟ୍ଇଣ୍ଡିଜ୍ ବିପକ୍ଷ ଅନ୍ତିମ ତଥା ନିର୍ଣ୍ଣାୟକ ଟ୍ବେଣ୍ଟି-୨୦ରେ ଦମ୍ଦାର ବ୍ୟାଟିଂ ପ୍ରଦର୍ଶନ କରିବା ସହିତ ଶୃଙ୍ଖଳା ବିଜୟରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥିଲେ। ବୁଧବାର ଖେଳାଯାଇଥିବା ନିର୍ଣ୍ଣାୟକ ଟ୍ବେଣ୍ଟି-୨୦ରେ ରାହୁଲ ୫୬ ବଲ୍ରେ ୯୧ ରନ୍ର ପାଳି ଖେଳି ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ହୋଇଥିଲେ। ଏହି ଅବସରରେ ଡ୍ରେସିଂ ରୁମ୍ରେ ସେ ଅଲ୍ରାଉଣ୍ଡର୍ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମନେ ପକାଇଥିଲେ। ଆହତ କାରଣରୁ ବିଶ୍ରାମ ନେଉଥିବା ହାର୍ଦ୍ଦିକ ଶେଷ ଥର ପାଇଁ ସେପ୍ଟେମ୍ବରରେ ହୋଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ଖେଳିଥିଲେ। ଅକ୍ଟୋବରରେ ତାଙ୍କର ପିଠି ଅସ୍ତ୍ରୋପଚାର ହୋଇଥିଲା। ମୁମ୍ବାଇର ଵାଙ୍ଖଡେ ଷ୍ଟାଡିୟମ୍ରେ ୱେଷ୍ଟଇଣ୍ଡିଜକୁ ନିର୍ଣ୍ଣାୟକ ଟ୍ବେଣ୍ଟି-୨୦ରେ ୬୭ ରନ୍ରେ ପରାସ୍ତ କରିବା ପରେ ହାର୍ଦ୍ଦିକଙ୍କ ସହ କଥାବାର୍ତ୍ତାରେ ରାହୁଲ କହିଥିଲେ, ଆମେ ସମସ୍ତେ ତୁମର ପ୍ରତ୍ୟାବର୍ତ୍ତନକୁ ଅପେକ୍ଷା କରିଛୁ। କାହାକୁ ନହେଲେ ବି ମୋତେ ଡ୍ରେସିଂ ରୁମ୍ ତୁମ ବିନା ଖାଁ ଖାଁ ଲାଗୁଛି, ବିଶ୍ରାମ କଥା ମୁଁ ଜାଣିନି। ଏହା ବ୍ୟତୀତ ଦଳ ପାଇଁ ମଧ୍ୟ ହାର୍ଦ୍ଦିକ ଓ ଯଶ୍ପ୍ରୀତ ବୁମରା ଗୁରୁତ୍ବପୂର୍ଣ୍ଣ ବୋଲି ରାହୁଲ କହିଥିଲେ। ତେବେ ଅନ୍ୟମାନେ ମଧ୍ୟ ସମାନ ଅନୁଭବ କରୁଛନ୍ତି, ସେମାନେ ମୋତେ ବିନା କ୍ୟାମେରାରେ ଏକଥା କହିଛନ୍ତି ବୋଲି ହାର୍ଦ୍ଦିକ କହିଥିଲେ। ରାହୁଲ ଓ ହାର୍ଦ୍ଦିକଙ୍କ କଥାବାର୍ତ୍ତାର ଏହି ଭିଡିଓ ବିସିସିଆଇ ଟ୍ବିଟର୍ରେ ଛାଡ଼ିଛି।
ପାଣ୍ଡ୍ୟାଙ୍କ ବିନା ଡ୍ରେସିଂ ରୁମ୍ ଖାଁ ଖାଁ: ରାହୁଲ
/sambad/media/post_attachments/wp-content/uploads/2019/12/kl.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)