ନିର୍ଣ୍ଣାୟକ ସ୍ଥିତିରେ ଡ୍ରିମ୍ସ ରଣଜୀ ମ୍ୟାଚ୍‌, ଦ୍ବିତୀୟ ପାଳିରେ ଓଡ଼ିଶା ୧୩୬/୭

କଟକ: ଓଡ଼ିଶା ଓ ଜମ୍ମୁ କାଶ୍ମୀର ମଧ୍ୟରେ ଟାଙ୍ଗୀର ଡ୍ରିମ୍ସରେ ଚାଲିଥିବା ରଣଜୀ ମ୍ୟାଚ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚିଯାଇଛି। ପ୍ରଥମ ଦୁଇ ଦିନରେ ୨୭ ୱିକେଟ୍‌ର ପତନ ଘଟିଛି। ପ୍ରଥମ ଦିନ ୧୩ ଵିକେଟର ପତନ ଭଳି ଦ୍ବିତୀୟ ଦିନରେ ୧୪ ଵିକେଟ ଖସିଛି। ସୋମବାର ଉଭୟ ଭ୍ରମଣକାରୀ ଦଳ ଓ ଘରୋଇ ଦଳର ୭ ଜଣ ଲେଖାଏଁ ଖେଳାଳି ଆଉଟ ହୋଇଥିଲେ। ଜମ୍ମୁ କାଶ୍ମୀରକୁ ଅଗ୍ରଣୀ ନେବାରୁ ଓଡ଼ିଶା ଦ୍ରୁତ ବୋଲରମାନେ ରୋକିଥିଲେ। ବସନ୍ତ ମହାନ୍ତି ସର୍ବାଧିକ ୪ ଵିକେଟ ନେଇଥିଲା ବେଳେ ଦଳକୁ ଫେରିଥିବା ଦେବବ୍ରତ ପ୍ରଧାନ ୩ ଵିକେଟ ଝଡ଼ାଇଥିଲେ। ତେବେ ଦ୍ବିତୀୟ ଦିନରେ ଓଡ଼ିଶା ୩୭ ରନ୍‌ର ପ୍ରଥମ ପାଳି ଅଗ୍ରଣୀ ପାଇବାରେ ସକ୍ଷମ ହୋଇଥିଲା ବେଳେ ଦ୍ବିତୀୟ ପାଳିରେ ଦ୍ବିତୀୟ ଦିନ ଷ୍ଟମ୍ପସ ଅପସାରଣ ବେଳକୁ ୭ ଵିକେଟ ବିନିମୟରେ ୧୩୬ ରନ୍‌ ସ˚ଗ୍ରହ କରିଛି। ହାତରେ ୩ ୱିକେଟ୍‌ ଥାଇ ଓଡ଼ିଶା ୧୭୩ ରନ୍‌ରେ ଆଗୁଆ ହୋଇ ଅପେକ୍ଷାକୃତ ଭଲ ସ୍ଥିତିରେ ରହିଛି।

ସୋମବାର ଅସମାପ୍ତ ପ୍ରଥମ ପାଳି ୩୮/୩ରୁ ଜମ୍ମୁ କାଶ୍ମୀର ଦ୍ବିତୀୟ ଦିନରେ ଖେଳିବା ଆରମ୍ଭ କରିଥିଲା। ଦିନର ପ୍ରଥମ ଓଭରରେ ହିଁ ବସନ୍ତ ମହାନ୍ତି ଓଡ଼ିଶାକୁ ଦୁଇଟି ସଫଳତା ଦେଇଥିଲେ। ଦ୍ବିତୀୟ ବଲ୍‌ରେ ପରଭେଜ ରସୁଲ (୧୦) ଓ ଷଷ୍ଠ ବଲ୍‌ରେ ଫଜିଲ ରସିଦ୍‌ଙ୍କୁ ଖାତା ଖୋଲିବା ଆଗରୁ ବସନ୍ତ ଆଉଟ କରିଥିଲେ। ଅବଦୁଲ ସମଦ (୨୦)ଙ୍କୁ ବସନ୍ତ ଚତୁର୍ଥ ଶିକାର କରିବା ସହ ବ୍ୟାଟି˚ କ୍ରମକୁ ଭାଙ୍ଗିବାରେ ସଫଳ ହୋଇଥିଲେ। ଅକିବ ନବି ଶେଷ ପର୍ଯ୍ୟନ୍ତ ଖେଳିବା ସହ ୨୩ ରନ୍‌ରେ ଅପରାଜିତ ଥିଲେ। ବସନ୍ତଙ୍କ ବ୍ୟତୀତ ଦେବବ୍ରତ ପ୍ରଧାନ ୩, ସୂର୍ଯ୍ୟକାନ୍ତ ପ୍ରଧାନ ୨ ଓ ରାଜେଶ ମହାନ୍ତି ୧ ଵିକେଟ ନେଇଥିଲେ। ଜାମ୍ମକୁ ୧୨୪ ରନ୍‌ରେ ଆଉଟ କରିବା ପରେ ଓଡ଼ିଶା ଦ୍ବିତୀୟ ପାଳି ମଧ୍ୟ ଭଲ ଆରମ୍ଭ କରିଥିଲା। ଅନୁରାଗ ଷଡ଼ଙ୍ଗୀ ଓ ଶାନ୍ତନୁ ମିଶ୍ର ପ୍ରଥମ ପାଳି ପରି ଏଥିରେ ମଧ୍ୟ ଅର୍ଧଶତକୀୟ ଭାଗୀଦାରି କରିଥିଲେ। କିନ୍ତୁ ବ୍ୟକ୍ତିଗତ ୨୬ ରନ୍‌ କରିଥିଲା ବେଳେ ଅନୁରାଗଙ୍କୁ ପରଭେଜ ରସୁଲ ଆଉଟ କରିଥିଲେ। ରକ୍ଷଣାତ୍ମକ ଖେଳ ଜାରି ରଖିଥିବା ଶାନ୍ତନୁ ମଧ୍ୟ ସମାନ ବ୍ୟକ୍ତିଗତ ରନ୍‌ରେ ପ୍ୟାଭିଲିଅନ ଫେରିଥିଲେ। ଖରାପ ପ୍ରଦର୍ଶନ ମଧ୍ୟରେ ଗତି କରୁଥିବା ଦେବାଶିଷ ସାମନ୍ତରାୟ ୨୩, ଶୁଭ୍ରା˚ଶୁ ସେନାପତି ୧୭, ସୁଜିତ ଲେଙ୍କା ୧୯ ରନ୍‌ କରି ଆଉଟ ହୋଇଛନ୍ତି। ଷ୍ଟମ୍ପ୍ସ ଅପସାରଣ ବେଳକୁ ରାଜେଶ ଧୂପର ୬* ଓ ରାଜେଶ ମହାନ୍ତି ୪* ରନ୍‌ରେ ଅପରାଜିତ ଅଛନ୍ତି। ଜମ୍ମୁର ଅକିବ ନବି ଓ ଉମର ନଜିର ୨ ଲେଖାଏଁ ଏବଂ ମହମ୍ମଦ ମୁଧାସିର, ପରଭେଜ ରସୁଲ, ଅବିଦ ମୁସ୍ତାକ ୧ ଲେଖାଏଁ ଵିକେଟ ନେଇଛନ୍ତି।

ସ˚କ୍ଷିପ୍ତ ସ୍କୋର: ଓଡ଼ିଶା ପ୍ରଥମ ପାଳି: ୧୬୧। ଜମ୍ମୁ କାଶ୍ମୀର ପ୍ରଥମ ପାଳି: ୪୫ ଓଭରରେ ୧୨୪ (ଶୁଭମ ଖଜୁରିଆ ୪୦, ଅକିବ ନବି ୨୩*, ବସନ୍ତ ମହାନ୍ତି ୪/୪୨, ଦେବବ୍ରତ ପ୍ରଧାନ-୩/୧୨, ସୂର୍ଯ୍ୟକାନ୍ତ ପ୍ରଧାନ-୨/୩୬, ରାଜେଶ ମହାନ୍ତି ୧/୩୨ )। ଓଡ଼ିଶା ଦ୍ବିତୀୟ ପାଳି: ୬୨ ଓଭରରେ ୧୩୬/୭ (ଶାନ୍ତନୁ ମିଶ୍ର ୨୬, ଅନୁରାଗ ଷଡ଼ଙ୍ଗୀ ୨୬, ଦେବାଶିଷ ସାମନ୍ତରାୟ ୨୩, ସୁଜିତ ଲେଙ୍କା ୧୯, ଶୁଭ୍ରା˚ଶୁ ସେନାପତି ୧୭, ଅକିବ ନବି-୨/୪୦, ଉମର ନଜିର-୨/୪୮)।

ସମ୍ବନ୍ଧିତ ଖବର