ଦ୍ରୋଣାଚାର୍ଯ୍ୟ ଲିଙ୍ଗାପ୍ପାଙ୍କ ଦେହାନ୍ତ

ବେଙ୍ଗାଲୁରୁ: ପୁରୁଖା ଦୌଡ଼କୁଦ ପ୍ରଶିକ୍ଷକ ଏନ୍‌ ଲିଙ୍ଗାପ୍ପାଙ୍କ ମଙ୍ଗଳବାର ନିଜ ବାସଭବନରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା। ସେ ୨୦୧୪ରେ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଥିଲେ। ତାଙ୍କ ପ୍ରଶିକ୍ଷଣରେ ଅଶ୍ବିନୀ ନିଚାପ୍ପା, ବନ୍ଦନା ରାୟ, ଡିୱାଇ ବୀରଧର, ଉଦୟ ପ୍ରଭୁ ଏବଂ ପିସି ପୁନ୍ନପ୍ପା ଭଳି ଖେଳାଳି ଅନ୍ତର୍ଜାତୀୟସ୍ତ‌ରରେ ସଫଳତା ପାଇଛନ୍ତି। ପୁନ୍ନପ୍ପା ୧୯୭୦ ବ୍ୟାଙ୍କକ୍‌ ଏସୀୟ କ୍ରୀଡ଼ାର ୪୦୦ ମିଟର ଦୌଡ଼ରେ ରୌପ୍ୟ ପଦକ ଜିତିଥିଲେ। ୧୯୫୪ ମାସିହାରେ ଦିଲ୍ଲୀଠାରେ ଅନୁଷ୍ଠିତ ପ୍ରଥମ ଜାତୀୟ କ୍ରୀଡ଼ାରେ ୧୦ କିମି ଚାଲିରେ ସେ ରୌପ୍ୟ ପଦକ ଜିତିଥିଲେ।

ସମ୍ବନ୍ଧିତ ଖବର