ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଆଗାମୀ ସଂସ୍କରଣରେ ଡିଆର୍ଏସ୍ କାର୍ଯ୍ୟକାରୀ କରିବାକୁ ଅନୁମତି ଦେଇଛି। ଫଳରେ ଆଇପିଏଲ୍ ମ୍ୟାଚ୍ ବେଳେ ଖେଳାଳିମାନେ ଏହାର ବ୍ୟବହାର କରି ପାରିବେ। ୨୦୧୬ରୁ ଭାରତ ଅନ୍ତର୍ଜାତୀୟ ମ୍ୟାଚ୍ରେ ଡିଆର୍ଏସ୍ର ବ୍ୟବହାର କରୁଛି। ଆଇପିଏଲ୍ରେ ଡିଆର୍ଏସ୍ ଲାଗୁ କରିବା ଲାଗି ବିସିସିଆଇ ୨୦୧୭ରୁ ପ୍ରସ୍ତୁତ ରହିଛି। ୨୦୧୭ ଡିସେମ୍ବରରେ ବିସିସିଆଇ ୧୦ ସ୍ଥାନୀୟ ଅମ୍ପାୟାରଙ୍କୁ ବିଶାଖାପାଟନାରେ ଆଇସିସି ଅମ୍ପାୟାର ପ୍ରଶିକ୍ଷକ ଡେନିସ୍ ବର୍ନସ ଏବଂ ଅମ୍ପାୟାର ପଲ୍ ରିଫିଲ୍ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।
ଆଇପିଏଲ୍ରେ ଡିଆର୍ଏସ୍
/sambad/media/post_attachments/wp-content/uploads/2018/01/IPL-10-Logo-1-1.png)
/sambad/media/agency_attachments/2024-07-24t043029592z-sambad-original.webp)