ଡିଏସ୍ ଫୁଟ୍‌ବଲ୍ ସେମିରେ କଟକ ପୁଲିସ

ବୌଦ୍ଧ: ସ୍ଥାନୀୟ କଚେରି ଖେଳ ପଡ଼ିଆରେ ଚାଲିଥିବା ଚତୁର୍ଦଶ ସର୍ବଭାରତୀୟ ଡିଏସ୍ ଫୁଟ୍‌ବଲ୍ ପ୍ରତିଯୋଗିତାର ଗୁରୁବାର ଗ୍ରୁପ ‘ବି’ ପ୍ରଥମ ମ୍ୟାଚ୍‌ରେ ଭିଲାଇ ଛତିଶଗଡ ଦଳକୁ ୩-୧ ଗୋଲ୍‌ରେ ଓଡିଶା ପୁଲିସ ପରାସ୍ତ କରି ସେମିଫାଇନାଲ୍‌ ପ୍ରବେଶ କରିଛି। ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ର ପ୍ରଥମାର୍ଧ ଗୋଲ୍‌ ଶୂନ୍ୟ ରହିବା ପରେ ଦ୍ୱିତୀୟାର୍ଧରେ ପୁଲିସ ଦଳର ବିଜୟ ଘାଲାନ୍‌ (୪୧, ୬୨ ଓ ୭୪ ମିନିଟ୍‌) ଲାଗ ଲାଗ ତିନିଟି ଗୋଲ୍‌ କରି ହ୍ୟାଟ୍ରିକ୍‌ ଅର୍ଜନ କରିଥିଲେ। ଛତିଶଗଡ ପକ୍ଷରୁ ଏକମାତ୍ର ଗୋଲ୍‌ ରାଜପେସ୍ (୮୫ ମିନିଟ) କରିଥିଲେ। ଶୁକ୍ରବାର ଗ୍ରୁପ ‘ବି’ ର ଦ୍ୱିତୀୟ ମ୍ୟାଚ୍‌ ଏସଏଫସି ଚନ୍ଦ୍ରଶେଖରପୁର ଝାଡ଼ଖଣ୍ଡ ଓ ମଙ୍ଗଳା କ୍ଲବ କଟକ ମଧ୍ୟରେ ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର