ଡିଏସ୍‌ବିଏମ୍‌ର ବାର୍ଷିକ କ୍ରୀଡ଼ା

ଭୁବନେଶ୍ୱର: ୟୁନିଟ୍‌-୮ସ୍ଥିତ ଡିଏସ୍‌ବିଏମ୍‌ (ଡିଏଭି ସ୍କୁଲ୍‌ ଅଫ୍‌ ବିଜିନେସ୍‌ ମ୍ୟାନେଜମେଣ୍ଟ୍‌)ର ବାର୍ଷିକ କ୍ରୀଡ଼ା ଉତ୍ସବ ସୋମବାର ପାଳି ହୋଇଥିଲା। ଉଭୟ ବିବିଏ ଓ ବି.କମ୍‌ ଛାତ୍ରଛାତ୍ରୀମାନେ ବିଭିନ୍ନ କ୍ରୀଡ଼ା (ଦୌଡ଼, ରିଲେ ଦୌଡ଼, ସ୍ୟାକ୍‌ ରେସ୍‌, ଡିସ୍‌କସ୍‌ ଫିଙ୍ଗର, ସଟ୍‌ପୁଟ୍‌ ଓ ଲମ୍ବ ଡିଆଁ)ରେ ଭାଗ ନେଇ ନିଜ ନିଜର ଦକ୍ଷତାର ପ୍ରମାଣ ଦେଇଥିଲେ। ଅନୁଷ୍ଠାନର ଅଧ୍ୟକ୍ଷ ଡ. ଡି ଏନ୍‌ ମିଶ୍ର ଉତ୍ସବକୁ ଉଦ୍‌ଘାଟନ କରିବା ସହିତ ଛାତ୍ରଛାତ୍ରୀଙ୍କ କ୍ରୀଡ଼ା ପ୍ରତିଭାର ପ୍ରଶଂସା କରିଥିଲେ। ବାର୍ଷିକ କ୍ରୀଡ଼ା ଉତ୍ସବକୁ ଡିଏସ୍‌ବିଏମ୍‌ର ସମସ୍ତ ଅଧ୍ୟାପକ/ଅଧ୍ୟାପିକା ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର