ଦୁବାଇ ପାରା ବ୍ୟାଡ୍‌ମିଣ୍ଟନ୍‌ରେ ପ୍ରମୋଦଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ବର: ଲଗାତାର ଦ୍ବିତୀୟ ସପ୍ତାହରେ ଓଡ଼ିଶାର ଆଗଧାଡ଼ିର ପାରା ବ୍ୟାଡମିଣ୍ଟନ୍‌ ତାରକା ପ୍ରମୋଦ ଭଗତ ଅନ୍ତର୍ଜାତୀୟ ପ୍ରତିଯୋଗିତାରୁ ସ୍ବର୍ଣ୍ଣ ପଦକ ଅମଳ କରିଛନ୍ତି। ଗତ ସପ୍ତାହରେ ତୁର୍କୀ ପାରା ବ୍ୟାଡମିଣ୍ଟନ୍‌ରୁ ଏକକ ସ୍ବର୍ଣ୍ଣ ଏବଂ ଯୁଗଳ କାଂସ୍ୟ ପଦକ ଜିତିଥିବା ପ୍ରମୋଦ ‌ରବିବାର ଦୁବାଇ ପାରା ବ୍ୟାଡ୍‌ମିଣ୍ଟନ୍‌ରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଦୁବାଇର ସହବାଦ ଅଲ୍ ଅହଲି ସ୍ପୋର୍ଟସ ହଲ୍‌ରେ ଅନୁଷ୍ଠିତ ଏକକ ବର୍ଗ ଫାଇନାଲରେ ପ୍ରମୋଦ ୧୫-୨୧, ୨୧-୧୮, ୨୧-୧୩ରେ ଇଂଲଣ୍ଡର ଡାନିଏଲ୍‌ ବିଥେଲଙ୍କୁ ହରାଇ ଦେଇଥିଲେ। ପ୍ରଥମ ଗେମ୍ ହାରିବା ସତ୍ତ୍ବେ ପ୍ରମୋଦ ଚମତ୍କାର ପ୍ରତ୍ୟାବର୍ତନ କରି ପରବର୍ତୀ ୨ଟିକୁ ଜିତି ସୁଯୋଗ ହାତଛଡ଼ା କରିନଥିଲେ।

ସମ୍ବନ୍ଧିତ ଖବର