ଦୁବାଇ: ପାକିସ୍ତାନ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏଠାରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ଅମୀମାଂସିତ ରହିଛି। ଚତୁର୍ଥ ଦିବସ ସୁଦ୍ଧା ବିଜୟ ଦ୍ବାରରେ ଥିବା ପାକିସ୍ତାନକୁ ପଞ୍ଚମ ତଥା ଅନ୍ତିମ ଦିବସରେ ୭ ୱିକେଟ୍ର ଆବଶ୍ୟକତା ରହିଥିଲା। ହେଲେ ଉସ୍ମାନ ଖୱାଜା (୧୪୧)ଙ୍କ ଶତକ, ଟ୍ରାଭିସ୍ ହେଡ୍ (୭୨ଙ୍କ ଅର୍ଧଶତକ ପରେ ୱିକେଟ୍ରକ୍ଷକ ଟିମ୍ ପାଇନ୍ (୬୧*)ଙ୍କ ଅପରାଜିତ ଲଢୁଆ ଅଧର୍ଶତକ ବଳରେ ଅଷ୍ଟ୍ରେଲିଆ ପରାଜୟରୁ ବର୍ତି ଯାଇଥିଲା। ଲଢୁଆ ଶତକ ଜମାଇ ଅଷ୍ଟ୍ରଲିଆକୁ ନିଶ୍ଚିତ ପରାଜୟରୁ ରକ୍ଷା କରିଥିବା ଖୱାଜାଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।
ସଂକ୍ଷିପ୍ତ ସ୍କୋର: ପାକିସ୍ତାନ: ୪୮୨ ଏବଂ ୧୮୧/୬। ଅଷ୍ଟ୍ରେଲିଆ: ୨୦୨ ଏବଂ ୧୩୯.୫ ଓଭରେର ୩୬୨/୮ (ଫିଞ୍ଚ୍ ୪୯, ଖାୱାଜା ୧୪୧, ହେଡ୍ ୭୨, ପାଇନ୍ ୬୧*, ୟାସିର୍ ସାହା ୪/୧୧୪, ମହମ୍ମଦ ଆବାସ ୩/୫୬)।