ଦୁବାଇ ଟ୍ରଫି ଜିତିଲେ ବେନ୍‌ସିକ୍‌

ଦୁବାଇ: ସ୍ବିଜରଲାଣ୍ଡ୍‌ ଲଳନା ବେଲିନ୍ଦା ବେନ୍‌ସିକ୍‌ ଏଠାରେ ଆୟୋଜିତ ଦୁବାଇ ଡ୍ୟୁଟି ଫ୍ରି ଟେନିସ୍‌ ପ୍ରତିଯୋଗିତା ଜିତି ନେଇଛନ୍ତି। ଶନିବାର ଫାଇନାଲ୍‌ରେ ବେନ୍‌ସିକ୍‌ ୬-୩, ୧-୬ ଓ ୬-୨ ସେଟ୍‌ରେ ପେଟ୍ରା କ୍ବିତୋଭାଙ୍କୁ ପରାସ୍ତ କରିବା ସହିତ ୪ ବର୍ଷ ଧରି ଟ୍ରଫି ମରୁଡିର ଅନ୍ତ ଘଟାଇଛନ୍ତି। ଏହା ମଧ୍ୟ ୨୧ ବର୍ଷ ବୟସ୍କା ବେନ୍‌ସିକ୍‌ଙ୍କର ଦ୍ବିତୀୟ ମାନ୍ୟତା କ୍ବିତୋଭାଙ୍କ ବିପକ୍ଷରେ ପ୍ରଥମ ବିଜୟ। ପୁଣି ଡବ୍ଲୁଟିଏ ମାନ୍ୟତାର ଶୀର୍ଷ-୧୦ ଖେଳାଳିଙ୍କ ବିପକ୍ଷରେ ବେନ୍‌ସିକ୍‌ଙ୍କର ଏହା ଚତୁର୍ଥ ବିଜୟ। ଫାଇନାଲ୍‌ରେ କ୍ବିତୋଭାଙ୍କୁ ହରାଇବା ପୂର୍ବରୁ ସେ ଆରିନା ସାବାଲେଙ୍କା, ସିମୋନା ହାଲେପ୍‌ ଓ ଏଲିନା ସ୍ବିତୋଲିନାଙ୍କୁ ପୂର୍ବ ରାଉଣ୍ଡ୍‌ ଗୁଡ଼ିକରେ ପରାସ୍ତ କରିଥିଲେ।

ସମ୍ବନ୍ଧିତ ଖବର