ଦୋହା: ଫ୍ରାନ୍ସର ଫରୱାର୍ଡ ଖେଳାଳି ଖ୍ରିଷ୍ଟୋଫର ଏନ୍କୁଙ୍କୁ ଚଳିତ କାତାର ବିଶ୍ବକପ୍ରେ ଖେଳିପାରିବେନି। ମଙ୍ଗଳବାର ଦଳର ଅଭ୍ୟାସ ସମୟରେ ସେ ଆହତ ହେବାରୁ ଏହି ଫୁଟବଲ୍ ମହାକୁମ୍ଭରେ ଖେଳିବାରୁ ବଞ୍ଚିତ ହେବେ ବୋଲି ସୂଚନା ଦିଆଯାଇଛି। ଅଭ୍ୟାସ ବେଳେ ସାଥି ଖେଳାଳି ଏଡୁଆର୍ଡୋ କାମାଭିଙ୍ଗାଙ୍କ ସହିତ ତାଙ୍କର ଧକ୍କା ହେବାରୁ ବାମ ଗୋଡ଼ରେ ଜୋର୍ରେ ମାଡ଼ ହୋଇଥିଲା। ଏକ୍ସ-ରେରେ ଗୋଇଠି ମୋଡ଼ି ହୋଇଯାଇଥିବା ଦେଖାଯାଇଥିଲା। ତେବେ ତାଙ୍କର ଡାକ୍ତରୀ ରିପୋର୍ଟ ଫିଫାକୁ ପଠାଯିବା ପରେ ବଦଳ ଖେଳାଳିଙ୍କ ନାମ ଘୋଷଣା କରାଯିବ ବୋଲି ଫ୍ରାନ୍ସ ମହାସଂଘ ପକ୍ଷରୁ କୁହାଯାଇଛି। ପୂର୍ବରୁ ଡିଫେଣ୍ଡର ପ୍ରେସନେଲ୍ କିମ୍ପେମ୍ବେ ମାଂସପେଶୀ ଜନିତ ଆଘାତ ଯୋଗୁଁ ଦଳରୁ ବାଦ୍ ପଡ଼ିଥିଲେ।
ଆହତ ଯୋଗୁଁ ଫ୍ରାନ୍ସ ଫରୱାର୍ଡ ଏନ୍କୁଙ୍କୁ ବିଶ୍ବକପ୍ରୁ ବାଦ୍
/sambad/media/post_attachments/wp-content/uploads/2022/11/5sf4h654fh65hsf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)