ଦିଲ୍ଲୀ ହାଫ୍‌ ମାରାଥନ୍‌ରେ ଦୁଃଖିଶ୍ୟାମ ଦ୍ବିତୀୟ

ଭୁବନେଶ୍ବର : କୋଭିଡ୍‌ ମହାମାରୀ ପରେ ଅନ୍ୟତମ ପ୍ରମୁଖ ଅନ୍ତର୍ଜାତୀୟ ଇଭେଣ୍ଟ୍ ଭାବେ ଦିଲ୍ଲୀ ହାଫ୍‌ ମାରାଥନ୍ ଗତ ସପ୍ତାହାନ୍ତରେ ସମ୍ପନ୍ନ ହୋଇଛି। ଓଡ଼ିଶାର ଆଗଧାଡ଼ିର ମାରାଥନ୍‌ର ଦୁଃଖିଶ୍ୟାମ ପାଢ଼ୀ ନିଜ ବୟସ ବର୍ଗ (୭୦ ବର୍ଷରୁ ଊର୍ଧ୍ବ)ରେ ପୁଣି ଥରେ ଚମକ ଦେଖାଇ ଦ୍ବିତୀୟ ସ୍ଥାନ ଦଖଲ କରିବାର ଗୌରବ ଆଣିଛନ୍ତି। ୨୧.୧ କିଲୋମିଟର ଦୂରତା ବିଶିଷ୍ଟ ଏହି ହାଫ ମାରାଥନକୁ ୭୧ ବର୍ଷୀୟ ଗଞ୍ଜାମ କ୍ରୀଡ଼ାବିତ୍‌ ୨ ଘଣ୍ଟା ୪୨ ମିନିଟ୍ ଓ ୨୪ ସେକେଣ୍ଡରେ ଶେଷ କରିଥିଲେ। ୬୬ ବର୍ଷ ବୟସରେ ମାରାଥନ୍ ଦୁନିଆରେ ପାଦ ଥାପିଥିବା ଦୁଃଖିଶ୍ୟାମ ବାବୁ ମୁମ୍ବାଇ, କୋଲକାତା, ଭୁବନେଶ୍ବର ହାଫ୍‌ ମାରାଥନ୍‌ରେ ନିଜ ସଫଳତାର ଛାପ ଛାଡ଼ି ସାରିଛନ୍ତି। ବିଗତ ୫ ବର୍ଷ ଭିତରେ ସେ ୧୫ ରାଜ୍ୟର ୨୩ ଇଭେଣ୍ଟରେ ୫୦ରୁ ଊର୍ଧ୍ବ ଜାତୀୟ ଏବଂ ଅନ୍ତର୍ଜାତୀୟ ମାରାଥନ୍‌ରେ ଭାଗ ନେଇଛନ୍ତି। ସେଥି ମଧ୍ୟରୁ ୨୦ ଥର ସେ ପୋଡିୟମ୍‌ ସମ୍ମାନ ଅର୍ଜନ କରିଛନ୍ତି।

ସମ୍ବନ୍ଧିତ ଖବର