ନୂଆଦିଲ୍ଲୀ : ସ୍ବିଡେନ୍ର ପୋଲଭଲ୍ଟ ତାରକା ଅରମଣ୍ଡ ଡୁପ୍ଲାଣ୍ଟିସ୍ ଗୁରୁବାର ଆଉଟଡୋର ବିଭାଗରେ ବିଶ୍ବ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ରୋମ୍ରେ ଚାଲିଥିବା ଗୋଲ୍ଡେନ୍ ଗାଲା ପିଏଟ୍ରୋ ମିନିଆ ମିଟ୍ର ଦ୍ବିତୀୟ ପ୍ରୟାସରେ ସେ ୬.୧୫ ମିଟର ଉଚ୍ଚତାକୁ ପାର୍ କରିଯାଇଥିଲେ। ଯାହା ଫଳରେ ସର୍ଗେଇ ବୁବ୍କାଙ୍କର ୨୬ ବର୍ଷ ପୁରୁଣା କୀର୍ତ୍ତିମାନକୁ ଡୁପ୍ଲାଣ୍ଟିସ୍ ଭାଙ୍ଗିବାରେ ସଫଳ ହୋଇଛନ୍ତି। ପୂର୍ବରୁ ୧୯୯୪ରେ ବୁବ୍କା ୬.୧୪ ମିଟ୍ରେ ବିଶ୍ବ କୀର୍ତ୍ତିମାନ ସ୍ଥାପନ କରିଥିଲେ। ଡୁପ୍ଲାଣ୍ଟିସ୍ ଯଦିଓ ପ୍ରଥମ ପ୍ରୟାସରେ ପୁରୁଣା କୀର୍ତ୍ତିମାନର ନିକଟତର ହୋଇଯାଇଥିଲେ ତେବେ ଦ୍ବିତୀୟ ପ୍ରୟାସରେ ଏହାକୁ ଭାଙ୍ଗିବାରେ ସଫଳ ହୋଇଥିଲେ। ପୂର୍ବରୁ ଇନ୍ଡୋରରେ ସେ ଦୁଇଥର ବିଶ୍ବ କୀର୍ତ୍ତିମାନ ଭାଙ୍ଗିଛନ୍ତି। ଫେବ୍ରୁଆରିରେ ଗ୍ଲାସ୍ଗୋଠାରେ ୬.୧୮ ମିଟର ସହ ସେ ଏହି ଇନ୍ଡୋର କୀର୍ତ୍ତିମାନ କରିଛନ୍ତି।
ପୋଲ ଭଲ୍ଟରେ ବୁବ୍କାଙ୍କ ବିଶ୍ବ କୀର୍ତ୍ତିମାନ ଭାଙ୍ଗିଲେ ଡୁପ୍ଲାଣ୍ଟିସ୍
/sambad/media/post_attachments/wp-content/uploads/2020/09/l.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)