ଜାକର୍ତ୍ତା: ଇଣ୍ଡୋନେସିଆର ଜାକର୍ତ୍ତା ଓ ପାଲେମବାଙ୍ଗ ଠାରେ ଚାଲିଥିବା ୧୮ ତମ ଏସୀୟ କ୍ରୀଡ଼ାରେ ଓଡ଼ିଆ ଝିଅ ଦୂତି ଚାନ୍ଦ ଚମକ ପ୍ରଦର୍ଶନ କରିଛନ୍ତି। ଅନ୍ତର୍ଜାତୀୟ କ୍ରୀଡ଼ା ମହୋତ୍ସବର ଅଷ୍ଟମ ଦିନରେ ରବିବାର ଦୂତି ଚାନ୍ଦ ଫାଇନାଲରେ ପ୍ରବେଶ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଦୂତି ମହିଳା ୧୦୦ ମିଟର ଟ୍ରାକ ଫାଇନାଲରେ ପ୍ରବେଶ କରିଛନ୍ତି। ପ୍ରତିଦ୍ୱନ୍ଦୀଙ୍କୁ ପଛରେ ପକାଇ ଦୂତି ୧୦୦ ମିଟର ଟ୍ରାକ୍ ହିଟ୍-୨ରେ ୧୧.୪୩ ସେକେଣ୍ଡରେ ନିଜର ଲକ୍ଷ୍ୟ ପୂରା କରିଥିଲେ। ଦୂତି ଶନିବାର ସେମିଫାଇନାଲରେ ୧୧.୩୮ ସେକେଣ୍ଡରେ ୧୦୦ ମିଟର ଅତିକ୍ରମ କରିଥିଲେ।