ଭୁବନେଶ୍ବର: ଟାର୍ଗେଟ୍ ଅଲିମ୍ପିକ୍ସ ପୋଡିୟମ୍ ସ୍କିମ୍ (ଟପ୍ସ)ର କୋର୍ ଗ୍ରୁପ୍ରେ ସାମିଲ ହୋଇଛନ୍ତି ୨୦୧୬ ରିଓ ଅଲିମ୍ପିକ୍ସରେ ପଦାର୍ପଣ କରିଥିବା ଦେଶର ଦ୍ରୁତତମ ଧାବିକା ଦୂତି ଚାନ୍ଦ। କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରଣ ରିଜିଜୁଙ୍କ ଟ୍ବିଟ୍ରୁ ଏହି ସୂଚନା ମିଳିଛି। ମୋଟ ୬ଟି ଖେଳ ଶୃଙ୍ଖଳାରୁ ୨୦ ଖେଳାଳିଙ୍କୁ ଏହି ଯୋଜନାରେ ସାମିଲ କରାଯାଇଥିବା ବେଳେ ଅନ୍ୟ ୭ ଜଣଙ୍କୁ ଡେଭ୍ଲପମେଣ୍ଟାଲ ଗ୍ରୁପ୍ରେ ସାମିଲ କରାଯାଇଛି। ଏହି ଖେଳାଳିମାନଙ୍କୁ ଅଲିମ୍ପିକ୍ସ ପ୍ରସ୍ତୁତି ଲାଗି ସରକାର ପୂର୍ଣ୍ଣ ସମର୍ଥନ ଯୋଗାଇଦେବେ ବୋଲି ଶୁଭେଚ୍ଛା ଜଣାଇବା ଅବସରରେ ପ୍ରକାଶ କରିଛନ୍ତି ରିଜିଜୁ। ଦୂତିଙ୍କ ଛଡ଼ା ଆଥଲେଟିକ୍ସରୁ ଶିବପାଲ୍ ସିଂହ, ଅନୁ ରାଣୀ, କେଟି ଇର୍ଫାନ୍, ଆରୋକିଆ ରାଜୀବ, ନୋଆ ନିର୍ମଳ ଟମ୍, ଆଲେକ୍ସ ଆନ୍ଥୋନି, ଏମଆର୍ ପୂଭାମା, ମୁଷ୍ଟିଯୁଦ୍ଧରୁ ଆଶିଷ କୁମାର, ସତୀଶ କୁମାର, ସିମ୍ରନଜିତ୍ କଉର, ପୂଜା ରାଣୀ, ପାରା ଆଥ୍ଲେଟିକ୍ସରେ ବିନୋଦ କୁମାର, ପ୍ରବୀଣ କୁମାର, ଅଜିତ କୁମାର ପାଞ୍ଚାଲ, ପାରା ବ୍ୟାଡମିଣ୍ଟନ୍ରେ ପରୁଲ ପାର୍ମର, ପଲକ କୋହଲି, ପାରା ଟିଟିରେ ଭାବିନା ପଟେଲ୍, ପାରା ସୁଟିଂରେ ରୁବିନା ଫ୍ରାନସିସ୍, ସିଦ୍ଧାର୍ଥ ବାବୁଙ୍କୁ ସାମିଲ କରାଯାଇଛି। ଆଥ୍ଲେଟିକ୍ସର ଡେଭଲପମେଣ୍ଟାଲ୍ ଗ୍ରୁପ୍ରେ ହର୍ଷ କୁମାର, ବୀରାମଣି ରେବତି, ଆର୍ ବିଦ୍ୟା, ଶଙ୍କର ତେଜସ୍ବୀନ, ସାଇଲି ସିଂହ, ସାନ୍ଦ୍ରା ବାବୁ, ହର୍ଷିକା ସେରାୱତଙ୍କ ନାମ ରହିଛି।
ଦୂତି ‘ଟପ୍ସ’ରେ ସାମିଲ
/sambad/media/post_attachments/wp-content/uploads/2020/02/DUTEECHAND-the-hindu.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)