ଖୁଦୁରୁକୁଣୀରେ ଦୂତିଙ୍କୁ ମିଳିଥିଲେ ମନର ରାଣୀ, ହୃଦୟରେ ବାଜିଥିଲା ପ୍ରେମର ଘଣ୍ଟି

ମୁମ୍ବାଇ: ଟିଭି ରିୟଲିଟି ସୋ’ ‘ଝଲକ ଦିଖ୍‌ଲା ଜା-୧୦’ ମଞ୍ଚରେ ଏବେ ଭାଗ ନେଇଛନ୍ତି ଦୌଡରାଣୀ ଦୂତି ଚାନ୍ଦ | ନିଜ ବାନ୍ଧବୀଙ୍କ ସଂପର୍କରେ ଖୋଲାଖୋଲି ଭାବେ କହିଛନ୍ତି ଦୂତୀ | ତେବେ ଏହି ସମୟରେ, ଦୂତି କହିଥିଲେ ଯେ ସେ କିପରି ମୋନାଲିସାଙ୍କୁ ଭଲ ପାଇଲେ | ୨୦୧୭ ଦୂତି ଯଦିଓ ମୋନାଲିସାଙ୍କୁ ଭଲ ପାଇଲେ କିନ୍ତୁ ଏହାର ଦୁଇ ବର୍ଷ ପରେ ଅର୍ଥାତ ୨୦୧୯ରେ ସେ ସମସ୍ତଙ୍କ ସାମ୍ନାରେ ଏବାବଦରେ ଘୋଷଣା କରିଥିଲେ | ଏହି ସୋ’ରେ ଦୂତି କହିଛନ୍ତି ଯେ ସେ ତାଙ୍କ ପ୍ରେମିକାଙ୍କୁ ଖୁଦୁରୁକୁଣୀ ପୂଜାରେ ଭେଟିଥିଲେ। ପୂଜା ସରିବା ପରେ ମୋନାଲିସା ଆସି ଦୂତିଙ୍କୁ କହିଥିଲେ ଯେ, ‘ଦୂତି ଚାନ୍ଦ ଆପଣ ବହୁତ ଭଲ ଖେଳୁଛନ୍ତି |

ଗାଁର ଲୋକମାନେ ଆପଣଙ୍କ ପାଇଁ ଗର୍ବିତ’ | ଦୂତି କହିଥିଲେ ଯେ ତାଙ୍କୁ ବହୁତ ଭଲ ଲାଗିଥିଲା ଆଉ ସେ ଭାବିବାକୁ ଲାଗିଲେ ଯେ ଏହି ଝିଅଟି କାହିଁକି ଏତେ ପ୍ରଶଂସା କରୁଛି? ଏହା ପରେ ଦୂତି ତାଙ୍କ ଫୋନ ନମ୍ବର ମୋନାଲିସାଙ୍କୁ ଦେଇଥିଲେ | କେବଳ ନମ୍ବର ଦେଇନଥିଲେ ବରଂ ମୋନାଲିସାଙ୍କୁ କହିଥିଲେ ଯେ ଯେତେବେଳେ ଇଚ୍ଛା ହେବ ସେ ଯୋଗାଯୋଗ କରିପାରିବେ |

ଦୂତି କହିଛନ୍ତି, ‘ମୁଁ ପ୍ରଥମ ଦିନରୁ ତାଙ୍କୁ ପସନ୍ଦ କରିଥିଲି। ସମଲିଙ୍ଗୀ ଭାବରେ ସାମ୍ନାକୁ ଆସିବାକୁ ତାଙ୍କୁ ବହୁତ ଅସୁବିଧା ହୋଇଥିଲା । ସେ ଭାବୁଥିଲେ ଏହା ସମସ୍ତଙ୍କ ସହିତ ଘଟୁଥାଇପାରେ | ପରମ୍ପରା ଓ ସଂସ୍କୃତି ନାମରେ ସମସ୍ତ ଭାରତୀୟ ଭୟଭୀତ ଥାଆନ୍ତି | ତାଙ୍କୁ ମଧ୍ୟ ଡ଼ରାଇଦିଆଯାଇଥିଲା | ସେ ଆହୁରି ମଧ୍ୟ ଭୟ କରୁଥିଲେ ଯେ ଯଦି ସେ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ଝିଅମାନଙ୍କ ସହିତ ଖେଳନ୍ତି ତେବେ ସେମାନଙ୍କର ପ୍ରତିକ୍ରିୟା କଣ ହେବ | କାଳେ ତାଙ୍କ ଉପରେ ବ୍ୟାନ ଲାଗିଯିବ ସେନେଇ ଭୟଭୀତ ଥିଲେ | କିନ୍ତୁ ଧାରା ୩୭୭ ଆଇନଗତ ହେବା ପରେ ତାଙ୍କୁ ସାହସ ମିଳିଥିଲା ​​| ଦୂତି କହିଛନ୍ତି ଯେ ସେ ସ୍ନେହରେ ତାଙ୍କ ସାଥୀଙ୍କୁ ମୋନାଲି ଡାକନ୍ତି। ଦୂତି କହିଛନ୍ତି ଯେ, ସେ ତାଙ୍କୁ ଆଇ ଲଭ ୟୁ କୁହନ୍ତି ନାହିଁ ବରଂ ହ୍ଵାଟ୍ସଆପରେ ଏହିପରି ଲେଖି ପଠାନ୍ତି | ଦୂତି ଆହୁରି ମଧ୍ୟ କହିଛନ୍ତି ଯେ ସେ ‘ଆଶିକ୍ ବନାୟା’ ଗୀତରେ ମୋନାଲିଙ୍କ ସହ ନାଚିବାକୁ ଚାହୁଁଛନ୍ତି।

ସମ୍ବନ୍ଧିତ ଖବର