ବିବାଦ ମଧ୍ୟ ଓଡ଼ିଶା କ୍ରୀଡ଼ାକୁ ୨୦୧୯ରେ ପିଛା କରିଥିଲା। ଦେଶର ପ୍ରଥମ ଖେଳାଳି ଭାବେ ଦୂତି ଚାନ୍ଦ ନିଜକୁ ସମଲିଙ୍ଗୀ ସମ୍ପର୍କରେ ଥିବାର ଚାଞ୍ଚଲ୍ୟକର ଘୋଷଣା କରିଥିଲେ। ନିଜ ଭଉଣୀ ସରସ୍ବତୀ ଚାନ୍ଦଙ୍କ ସହିତ ସାମାଜିକ ଗଣମାଧ୍ୟମରେ ଲଢ଼ିବା ମଧ୍ୟ ସମାଲୋଚକଙ୍କୁ ଖୋରାକ ଯୋଗାଇଥିଲା। ଡୋପ୍ ଟେଷ୍ଟ୍ରେ ଦୁଇ ଦୁଇ ଥର ଧରାପଡ଼ି ୪ ବର୍ଷ ପାଇଁ ନିଲମ୍ବିତ ହୋଇଥିଲେ ଭାରୋତ୍ତୋଳକ କେ ରବି କୁମାର। କଟକ ସାଇ କ୍ରୀଡ଼ା ଛାତ୍ରାବାସରୁ ଭଲିବଲ୍ ବାଦ୍ ପଡ଼ିବା ଏବଂ ପାରା ସ୍ପୋର୍ଟସ ମିଟ୍ରେ ଅଣକ୍ରୀଡ଼ା ଉଭେଣ୍ଟ୍ ସାମିଲକୁ ନେଇ ମଧ୍ୟ ତୁମ୍ବି ତୋଫାନ ହୋଇଥିଲା।
/sambad/media/post_attachments/wp-content/uploads/2019/12/Sriyanka-300x190.jpg)
ବଂଧୁକ ଫୁଟୁନି
ଓଡ଼ିଶାରେ ବଂଧୁକଚାଳନା ଆଉ ଆଗକୁ ବଢ଼ି ପାରିନି। ଶ୍ରୀୟଙ୍କା ଷଡ଼ଙ୍ଗୀଙ୍କ ସଫଳତା ଜାରି ରହିଛି, କାସିକା ପ୍ରଧାନଙ୍କ ଆବିର୍ଭାବ ଜାତୀୟ ରୌପ୍ୟରୁ ଆରମ୍ଭ ହୋଇଛି। କିନ୍ତୁ ସରକାରୀ ପ୍ରୋତ୍ସାହନ ବିନା ଏହି ଖେଳ ପୁଣି ପୂର୍ବ ଦୁସ୍ଥିତିକୁ ଚାଲିଯିବାକୁ ବସିଛି।
ଅମିୟଙ୍କ ପ୍ରତ୍ୟାବର୍ତନ
ଦୌଡ଼କୁଦରେ ଓଡ଼ିଶା ପୁଣି ଲୟକୁ ଫେରିଥିଲା ଅମିୟଙ୍କ ଜାତୀୟ ସ୍ବର୍ଣ୍ଣ ପଦକ ସହ। କାଠମଣ୍ଡୁ ସାଗ୍ ପ୍ରତିଯୋଗିତାରେ ମଧ୍ୟ ରୌପ୍ୟ ପଦକ ଜିତି ନେଇଥିଲେ ଅମିୟ। ସେଠାରେ ଖୋ ଖୋରେ ସତ୍ୟଜିତ ସିଂହ, ସସ୍ମିତା ନାଥଶର୍ମା, ବଂଧୁକଚାଳନାରେ ଶ୍ରୀୟଙ୍କା ଷଡ଼ଙ୍ଗୀ, ଭାରୋତ୍ତୋନଳରେ ଝିଲ୍ଲୀ ଦଳ ବେହେରା, ସ୍ନେହା ସୋରେନ୍ ମଧ୍ୟ ଜିତିଥିଲେ ପଦକ।
ନିତ୍ୟା ଉଦୟ
ଜୁଡ଼ୋ ପ୍ରତିଭା ନିତ୍ୟା ମାଝୀଙ୍କ ରାଜ୍ୟଗୋଷ୍ଠୀ କାଂସ୍ୟ ପଦକ ରାଜ୍ୟ କ୍ରୀଡ଼ାରେ ନୂଆ ଫର୍ଦ୍ଦ ଯୋଡ଼ିଥିଲା। ପ୍ରଥମ ଥର ସୁଯୋଗ ପାଇବା ସହ ପଦାର୍ପଣକୁ ସଫା ପଦକରେ ରୂପାୟନ କରିଥିଲେ। ଜାତୀୟସ୍ତରରେ ଊର୍ମିଳା ସାହୁଙ୍କ ପଦକ (ଉପକନିଷ୍ଠ କାଂସ୍ୟ) ମଧ୍ୟ ରାଜ୍ୟ ଜୁଡ଼ୋ ପାଇଁ ଆଶାର ଆଲୋକ ଦେଖାଇଥିଲା।
ଜଳକ୍ରୀଡ଼ା ଜଲ୍ୱା
ଜଳକ୍ରୀଡ଼ାରେ ଓଡ଼ିଶାର ଜଲୱା ଜାରି ରହିଥିଲା। ଜାତୀୟ ରୋଇଂରୁ ୩ ସ୍ବର୍ଣ୍ଣ ସହ ୮ ପଦକ ଜିତିଥିବା ଓଡ଼ିଶା ଦଳ କାୟାକିଂ ଓ କାନୋଇଂରେ ମଧ୍ୟ ୪ ଜାତୀୟ ପଦକ ହାସଲ କରିଥିଲା। ବିଶ୍ବ ପ୍ରତିଯୋଗିତା ଦଳରେ ସାମିଲ ହୋଇଥିଲେ ଦୀପିକା ଖେସ୍, ରିତୁ କାଉଡି, ସୋନାଲି ସ୍ବାଇଁ। ଜାତୀୟ ଇନ୍ଡୋର୍ ରୋଇଂରୁ ବି ଓଡ଼ିଶା ୭ ସ୍ବର୍ଣ୍ଣ ପଦକ ହାସଲ କରିଥିଲା।
/sambad/media/post_attachments/wp-content/uploads/2019/12/Anupama-Swain1-300x294.jpg)
ଅନୁପମାଙ୍କୁ ବିଶ୍ବ ପଦକ
ଊଣେଇଶ ମସିହା ନିଶ୍ଚିତ ରାଜ୍ୟର ଅନ୍ୟତମ ସଫଳ କ୍ରୀଡ଼ାବିତ୍ ଅନୁପମା ସ୍ବାଇଁଙ୍କ ପାଇଁ ସ୍ମରଣୀୟ ରହିବ। ବିଶ୍ବ ସାମରିକ କଳା ମାଷ୍ଟରସିପ୍ ଜୁ ଜୁତ୍ସୁରେ କାଂସ୍ୟ ପଦକ ଜିତି ନୂଆ ଇତିହାସ ରଚିଥିଲେ। ଏହା ପୂର୍ବରୁ ଜାତୀୟ ଏବଂ ଦକ୍ଷିଣ ଏସୀୟ ଜୁ ଜୁତ୍ସୁରେ ୬ ସ୍ବର୍ଣ୍ଣ ପଦକ ଜିତିଥିଲେ ଏହି କରାଟେକା। ସେଠାରେ ପ୍ରିୟଦର୍ଶିନୀ ଘଟୁଆରି, ପୁନିତ୍ ଲୋମା ସ୍ବାଇଁ, ମଧୁପ୍ରିୟା ବାଇ ମଧ୍ୟ ୨ ଲେଖାଏଁ ପଦକ ହାସଲ କରିଥିଲେ। ଜାତୀୟ କରାଟେରୁ ମଧ୍ୟ ଅନୁପମା ରୌପ୍ୟ ପଦକ ପାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/Ravi-Kumar.jpg)