ଏସୀୟ କ୍ରୀଡ଼ାରେ ଚମକିଲେ ଓଡ଼ିଆ ଝିଅ, ସେମିଫାଇନାଲରେ ଦୂତି ଚାନ୍ଦ

ଜାକର୍ତ୍ତା: ଇଣ୍ଡୋନେସିଆର ଜାକର୍ତ୍ତା ଓ ପାଲେମବାଙ୍ଗ ଠାରେ ଚାଲିଥିବା ୧୮ ତମ ଏସୀୟ କ୍ରୀଡ଼ାରେ ଓଡ଼ିଆ ଝିଅ ଦୂତି ଚାନ୍ଦ ଚମକ ପ୍ରଦର୍ଶନ କରିଛନ୍ତି। ଅନ୍ତର୍ଜାତୀୟ କ୍ରୀଡ଼ା ମହୋତ୍ସବର ସପ୍ତମ ଦିନରେ ଶନିବାର ଦୂତି ଚାନ୍ଦ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଦୂତି ମହିଳା ୧୦୦ ମିଟର ଟ୍ରାକରେ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ପ୍ରତିଦ୍ୱନ୍ଦୀଙ୍କୁ ପଛରେ ପକାଇ ଦୂତି ୧୦୦ ମିଟର ଟ୍ରାକ୍‌ ହିଟ୍‌-୨ରେ ଟପ୍‌ରେ ଅଛନ୍ତି। ସେ ୧୧.୩୮ ସେକେଣ୍ଡରେ ୧୦୦ ମିଟର ଅତିକ୍ରମ କରିଛନ୍ତି।

ଦୂତି ଶନିବାର ୪ ବର୍ଷ ତଳେ ବିବାଦୀୟ ପରିସ୍ଥିତିରେ ବଞ୍ଚିତ ହେବା ପରେ ଏବେ ସବୁ ପ୍ରତିବଂଧକକୁ ପଛରେ ପକାଇଛନ୍ତି। ଗତଥର ଭାରତ ୫୭ ପଦକ ଜିତିଥିବା ବେଳେ ଦୌଡ଼କୁଦର ଅବଦାନ ଥିଲା ୧୩। ଭାରତ କେବେ ବି ଏସିଆଡ୍‌ରେ ଜାଭଲିନ୍‌ ସ୍ୱର୍ଣ୍ଣ ପଦକ ଜିତିନଥିବାରୁ ନୀରଜ ଇତିହାସ ରଚିବା ଆଶା ରହିଛି। କିନ୍ତୁ ଏହା ଏତେ ସହଜ ହେବ ନାହିଁ। ଅଗଷ୍ଟ ୨୭ ତାରିଖରେ ଫାଇନାଲ୍‌ ଖେଳାଯିବ। ଅନ୍ୟ ଖେଳାଳିଙ୍କ ମଧ୍ୟରୁ ମହମ୍ମଦ ଆନସ, ସୀମା ପୁନିଆ ଏବଂ ଜିନ୍‌ସନ୍‌ ଜନ୍‌ସନ୍‌ଙ୍କଠାରୁ ମଧ୍ୟ ଆଶା ରହିଛି।

ସମ୍ବନ୍ଧିତ ଖବର