ଦୁଇ ଓଡ଼ିଆ ତାରକା ଦୂତି ଚାନ୍ଦ ଏବଂ ଶ୍ରାବଣୀ ନନ୍ଦଙ୍କ ସହ ହିମା ଦାସ ଓ ଜ୍ୟୋତି ୟାରାଜୀଙ୍କୁ ନେଇ ଗଠିତ ୪ ଗୁଣା ୧୦୦ ମିଟର ମହିଳା ରିଲେ ଦଳ ଚଳିତ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଫାଇନାଲ୍ରେ ପ୍ରବେଶ କରିଛି। ଭାରତୀୟ ଦଳ ୪୪.୪୫ ସେକେଣ୍ଡ ସମୟ ସହ ହିଟ-୧ର ଦ୍ବିତୀୟ ସ୍ଥାନରେ ରହି ଫାଇନାଲ୍ ଟିକେଟ ହାସଲ କରିଥିଲା। ଏହି ହିଟ୍ରେ ଜାମାଇକା (୪୩.୬୬ ସେକେଣ୍ଡ) ପ୍ରଥମ ସ୍ଥାନ ଅଧିକାର କରିଥିଲା। ଅନ୍ୟପକ୍ଷରେ ସ୍କଟଲାଣ୍ଡ (୪୫.୩୯ ସେକେଣ୍ଡ) ତୃତୀୟ ସ୍ଥାନରେ ରହିଥିଲା। ଏହି ଇଭେଣ୍ଟର ଫାଇନାଲ୍ ରବିବାର ଅନୁଷ୍ଠିତ ହେବ। ଏଥିରେ ଭାରତ, ଜାମାଇକା, ସ୍କଟଲାଣ୍ଡ, ନାଇଜେରିଆ, ଇଂଲଣ୍ଡ, ଅଷ୍ଟ୍ରେଲିଆ, ତ୍ରିନିଦାଦ ଆଣ୍ଡ ଟବାଗୋ ଓ ଘାନା ଅଂଶଗ୍ରହଣ କରିବେ। ଅନ୍ୟପକ୍ଷରେ ଶୁକ୍ରବାର ବିଳମ୍ବିତ ରାତିରେ ଅନୁଷ୍ଠିତ ମହିଳା ୨୦୦ ମିଟର ରେସ୍ ସେମିଫାଇନାଲ୍ ଆଗକୁ ବଢ଼ିପାରିନଥିଲେ ଭାରତୀୟ ଧାବିକା ହୀମା ଦାସ।
ରିଲେ ଫାଇନାଲ୍ରେ ଦୁତି, ଶ୍ରାବଣୀ, ହିମା, ଜ୍ୟୋତି
/sambad/media/post_attachments/wp-content/uploads/2022/08/sf654h65fsh4f65h46fhfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)