ଦୂତୀ ଚାନ୍ଦଙ୍କୁ ଅଲିମ୍ପିକ ଟିକେଟ୍ : ବିଶ୍ବ ମାନ୍ୟତା ଭିତ୍ତିରେ ଯୋଗ୍ୟତା ଅର୍ଜନ କଲେ

ଭୁବନେଶ୍ବର : ଓଡ଼ିଆ ସ୍ପ୍ରିଣ୍ଟର ଦୂତୀ ଚାନ୍ଦ ଟୋକିଓ ଅଲିମ୍ପିକ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ବିଶ୍ବ ମାନ୍ୟତା ଆଧାରରେ ତାଙ୍କୁ ଚୟନ କରାଯାଇଥିବା ଜଣାଯାଇଛି । ତାଙ୍କୁ ୧୦୦ ଓ ୨୦୦ ମିଟର ମହିଳା ସ୍ପ୍ରିଣ୍ଟ ଇଭେଣ୍ଟରେ ସେ ଏହି ଯୋଗ୍ୟତା ଅର୍ଜନ କରିଛନ୍ତି ।

ନିକଟରେ ଦୂତୀ ଇଣ୍ଡିଆନ ଗ୍ରାଣ୍ଡ ପ୍ରିକ୍ସ୪ର ୧୦୦ ମିଟର ଇଭେଣ୍ଟକୁ ୧୧.୧୭ ସେକେଣ୍ଡ ଅତିକ୍ରମ କରି ନିଜର ପୂର୍ବ ରେକର୍ଡକୁ କାଟିଦେଇଥିଲେ । ସେ ମାତ୍ର ୦.୦୨ ସେକେଣ୍ଡ ପାଇଁ ସେ ଅଳ୍ପକେ ସିଧାସଳଖ ଅଲିମ୍ପିକ ଯୋଗ୍ୟତା ଅର୍ଜନ କରିପାରିନଥିଲେ । ତେବେ ନିଜର ବିଶ୍ବ ମାନ୍ୟତା ଅନୁସାରେ ସେ ଅଲିମ୍ପିକ ଯୋଗ୍ୟତା ଅର୍ଜନ କରିଛନ୍ତି ।

ଆଜି ଓଡ଼ିଶା ସରକାର ଦୂତୀଙ୍କୁ ରାଜୀବ ଗାନ୍ଧି ଖେଳ ରତ୍ନ ପୁରସ୍କାର ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଛନ୍ତି । ସେହିପରି ଭାରତୀୟ ହକି ଦଳର ଉପଅଧିନାୟକ ବିରେନ୍ଦ୍ର ଲାକ୍ରାଙ୍କ ନାମ ଅର୍ଜୁନ ପୁରସ୍କାର ପାଇଁ ସୁପାରିଶ କରାଯାଇଛି ।

ସମ୍ବନ୍ଧିତ ଖବର