ଭୁବନେଶ୍ବର: ଜାତୀୟ ରେକର୍ଡଧାରିଣୀ ଦୂତି ଚାନ୍ଦ ବିଶ୍ବ ଦୌଡ଼କୁଦ ରିଲେ ପ୍ରତିଯୋଗିତାର ୪ ଗୁଣା ୧୦୦ ମିଟର୍ ରିଲେ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି। ଅଲିମ୍ପିକ୍ ଯୋଗ୍ୟତା ପର୍ଯ୍ୟାୟ ପ୍ରତିଯୋଗିତା ଭାଗେ ଅୟୋଜିତ ଏହି ଇଭେଣ୍ଟ୍ ମେ’ ୧ ଓ ୨ ତାରିଖରେ ପୋଲାଣ୍ଡ୍ରେ ଅନୁଷ୍ଠିତ ହେବ। ଶ୍ରେଷ୍ଠ ୮ ଦଳ ଟୋକିଓ ଅଲିମ୍ପିକ୍ସ ୨୦୨୧ ପାଇଁ ଯୋଗ୍ୟତା ଅର୍ଜନ କରିବାର ଥିବାରୁ ଦୂତି ଏଠାରୁ ସୁଯୋଗ ହାତେଇବା ସମ୍ଭାବନା ରହିଛି। ଗତ ମାସରେ ଫେଡେରେସନ୍ କପ୍ରେ ଦୂତିଙ୍କୁ ୧୦୦ ମିଟର୍ ଫାଇନାଲରେ ପରାସ୍ତ କରିଥିବା ଏସ୍ ଧନଲକ୍ଷ୍ମୀ ମଧ୍ୟ ଭାରତୀୟ ୪ ଗୁଣା ୧୦୦ ମିଟର୍ ଦଳରେ ରହିଛନ୍ତି। ଅନ୍ୟତମ ତାରକା ଧାବିକା ହୀମା ଦାସଙ୍କ ସହ ଅର୍ଚ୍ଚନା ସୁସୀନ୍ଦ୍ରନ, ହିମାଶ୍ରୀ ରୟ, ଏଟି ଧନେଶ୍ବରୀ ମଧ୍ୟ ଏହି ଦଳରେ ସ୍ଥାନ ପାଇଛନ୍ତି। ଭାରତ ଏହି ପ୍ରତିଯୋଗିତାରେ ଉଭୟ ପୁରୁଷ ଓ ମହିଳା ୪ ଗୁଣା ୪୦୦ ମିଟର୍ ରିଲେ ଦଳକୁ ଭାଗନେବାର ସୁଯୋଗ ଦେଇଛି। ୨୦୧୯ ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତାରୁ ଅବଶ୍ୟ ୪୦୦ ମିଟର୍ ମିଶ୍ରିତ ରିଲେ ଦଳ ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରି ସାରିଛି। ଦୂତିଙ୍କୁ କିଟ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ଅଭିନନ୍ଦନ ଓ ଶୁଭକାମନା ଜଣାଇଛନ୍ତି।
ବିଶ୍ବ ରିଲେ ଦୌଡ଼କୁଦ ଦଳରେ ଦୂତି
/sambad/media/post_attachments/wp-content/uploads/2020/02/DUTEECHAND-the-hindu.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)