ଭୁବନେଶ୍ବର: ‘ଫନି’ ପୀଡ଼ିତଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ଦୌଡ଼ରାଣୀ ଦୂତି ଚାନ୍ଦ। ମଙ୍ଗଳବାର ସେ ଏଥିଲାଗି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ନିଜ ତରଫରୁ ୫୦,୦୦୦ ଟଙ୍କା ପ୍ରଦାନ କରିଛନ୍ତି। ଯାହାର ସ୍କ୍ରିନସଟ୍ ସେ ନିଜ ଫେସବୁକ୍ ପୃଷ୍ଠାରେ ପ୍ରକାଶ କରିଛନ୍ତି। ଏହି ବିଷୟରେ ନିଜ ଫେସବୁକ୍ ପୃଷ୍ଠାରେ ସୂଚନା ଦେଇ ଦୂତି ଲେଖିଛନ୍ତି, ମୁଁ ବ୍ୟକ୍ତିଗତ ଭାବେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୫୦,୦୦୦ ଟଙ୍କା ଦାନ କରିଛି। ମୋର ସମସ୍ତ ଭାଇ ଓ ଭଉଣୀମାନଙ୍କୁ ମୋର ନିବେଦନ, ଆଜି ଏମିତି ଏକ ବିପର୍ଯ୍ୟୟ ଆସିଛି, ଆଉ ଏଥିରେ ଆମେମାନେ ଶିକାର ହୋଇ ଅନ୍ଧାର ଭିତରେ ଅଛେ, ତେବେ ଚାଲନ୍ତୁ ଆମେ ମିଳିମିଶି ଓଡ଼ିଶା ରାଜ୍ୟକୁ ପୁଣିଥରେ ନୂତନ ଭାବେ ଗଢ଼ି ତୋଳିବାକୁ ପ୍ରୟାସ କରିବା, ଆଉ ସହଯୋଗର ହାତ ବଢ଼ାଇବା। ଏହି ମହତ କାର୍ଯ୍ୟ ପାଇଁ ଦୂତି ଏବେ ପ୍ରଶଂସିତ ହେଉଛନ୍ତି। ରାଜ୍ୟର ଅନ୍ୟ କ୍ରୀଡ଼ାବିତମାନଙ୍କୁ ମଧ୍ୟ ଫନି ପ୍ରଳୟର ଶିକାର ହୋଇଥିବା ଲୋକଙ୍କୁ ସାହାଯ୍ୟ କରିବା ଲାଗି ଆଗେଇ ଆସିବାକୁ ଦୂତି ଆହ୍ବାନ କରିଛନ୍ତି।
ରିଲିଫ ପାଣ୍ଠିକୁ ୫୦,୦୦୦ ଦେଲେ ଦୂତି
/sambad/media/post_attachments/wp-content/uploads/2019/05/Dutee-46545.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)