କଟକ: ପୂର୍ବତନ ଅନ୍ତର୍ଜାତିକ ଫୁଟ୍ବଲ ତାରକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟଙ୍କୁ ଭାରତୀୟ ମହିଳା ଫୁଟ୍ବଲ ଲିଗ୍ ପାଇଁ ସ୍କାଉଟ୍ ନିଯୁକ୍ତ କରାଯାଇଛି। ଏହି ଲିଗ୍ର ଚୂଡାନ୍ତ ପର୍ଯ୍ୟାୟ ଆସନ୍ତା ୬ରୁ ୨୨ ତାରିଖ ପର୍ଯ୍ୟନ୍ତ ଅହମଦାବାଦରେ ଚାଲିବ। ଏହି ଗୁରୁ ଦାୟିତ୍ବ ପାଇଁ ଫାଓ ସଂପାଦକ ଆଶୀର୍ବାଦ ବେହେରା ସର୍ବଭାରତୀୟ ଫୁଟ୍ବଲ ମହାସଂଘ (ଏଆଇଏଫଏଫ)କୁ ଧନ୍ୟବାଦ ଜଣାଇବା ସହିତ ଶ୍ରଦ୍ଧାଞ୍ଜଳିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଭାରତୀୟ ଦଳର ଏହି ପୂର୍ବତନ ଅଧିନାୟିକା ପୂର୍ବରୁ ଭାରତୀୟ ଦଳର ବିଭିନ୍ନ ବୟସ ବର୍ଗ ପାଇଁ ପ୍ରଶିକ୍ଷକ, ଚୟନକର୍ତା ଭାବେ ଦାୟିତ୍ବ ତୁଲାଇ ଆସିଛନ୍ତି। ନୂଆ ଦାୟିତ୍ବ ପାଇବା ପରେ ଶ୍ରଦ୍ଧାଞ୍ଜଳି ଏଆଇଏଫ୍ଏଫ୍, ତାଙ୍କ ବୃତ୍ତିଗତ ସଂସ୍ଥା ନାଲକୋ ଏବଂ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି।
ଜାତୀୟ ପ୍ରତିଭା ଅନ୍ବେଷଣ ପାଇଁ ଶ୍ରଦ୍ଧାଞ୍ଜଳିଙ୍କୁ ଦାୟିତ୍ବ
/sambad/media/post_attachments/wp-content/uploads/2023/05/45f6465hf465fhhf.jpg)