କେକେଆରର ମେଣ୍ଟର ହେବା ପରେ ପୁରୁଣା ଦଳ ସିଏସକେକୁ ନେଇ କ’ଣ କହିଲେ ବ୍ରାଭୋ

Advertisment

କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେବା ପରେ ଏବେ ଡୱେନ ବ୍ରାଭୋ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ର ମେଣ୍ଟର ଭାବରେ ନୂତନ ଇନିଂସ ଆରମ୍ଭ କରିବେ। ଏବେ ‌ସେ ନିଜ ପୁରୁଣା ଦଳ ସିଏସକେକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି।

କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେବା ପରେ ଏବେ ଡୱେନ ବ୍ରାଭୋ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ର ମେଣ୍ଟର ଭାବରେ ନୂତନ ଇନିଂସ ଆରମ୍ଭ କରିବେ। ଏବେ ‌ସେ ନିଜ ପୁରୁଣା ଦଳ ସିଏସକେକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି।

kkkkr

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍‌ର ଷ୍ଟାର ଅଲରାଉଣ୍ଡର ଡୱେନ ବ୍ରାଭୋ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି। ବ୍ରାଭୋ ୨୦୨୧ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ। ବର୍ତ୍ତମାନ ସେ ଟି-୨୦ ଫର୍ମାଟରୁ ମଧ୍ୟ ଅବସର ନେଇଛନ୍ତି | କିନ୍ତୁ ଅବସର ପରେ ପରେ ତାଙ୍କୁ ଏକ ବଡ଼ ଦାୟିତ୍ବ ମିଳିଛି। କ୍ରିକେଟ୍ ପଡ଼ିଆରେ ନଖେଳିଲେ ବି ସେ କ୍ରିକେଟରଙ୍କ ମେଣ୍ଟର ଭାବେ ଦାୟିତ୍ବ ତୁଲାଇବେ ବୋଲି ଜଣାଯାଇଛି।  ଏବେ ସେ କୋଚିଂ ଦୁନିଆରେ ପ୍ରବେଶ କରିବା ସହ ଆଇପିଏଲ୍ ଦଳ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ର ମେଣ୍ଟର ଭାବରେ ନୂତନ ଇନିଂସ ଆରମ୍ଭ କରିବେ।

କେକେଆରର ହାତ ଧରିବା ପରେ ଏବେ ସେ ନିଜ ପୁରୁଣା ଦଳ ଚେନ୍ନାଇ ସୁପର କିଙ୍ଗସ(ସିଏସକେ)କୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ବ୍ରାଭୋ ୨୦୦୧୧ରୁ ୨୦୨୧ ପର୍ଯ୍ୟନ୍ତ ସିଏସକେ ପାଇଁ ଖେଳିଥିଲେ। ଏବେ କେକେଆରର ହାତ ଧରିବା ପରେ ବ୍ରାଭୋ କହିଛନ୍ତି ଯେ, “ଏହା ହେଉଛି ଚାମ୍ପିଅନ୍। ଆପଣ ଜାଣିସାରିଥିବେ ଯେ, ମୁଁ ନାଇଟ୍ ରାଇଡର୍ସ ଫ୍ରାଞ୍ଚାଇଜ୍ ସହ ମେଣ୍ଟର ଭାବେ ଯୋଡି ହୋଇଛି। ଏହି ବଡ଼ ଦାୟିତ୍ବ ପାଇବା ପରେ ମୁଁ ସିଏସକେ ପରିଚାଳନା ଦଳକୁ ବିଶେଷ ଧନ୍ୟବାଦ ଦେବାକୁ ଚାହୁଛି। ସବୁବେଳେ ମୁଁ ଯାହା କରିବାକୁ ଚାହୁଥିଲି ତାହା କରିବା ପାଇଁ ମୋତେ ସମର୍ଥନ ଓ ଆଶୀର୍ବାଦ ଦେଇଥିବାରୁ ମୁଁ ପ୍ରକୃତରେ କୃତଜ୍ଞ | ମୋତେ ଆଶୀର୍ବାଦ ଏବଂ ସମର୍ଥନ ଦେବା ପାଇଁ ମୁଁ ଚେନ୍ନାଇ ଏବଂ ବିଶ୍ବରେ ଥିବ‌ା ସମସ୍ତ ସିଏସକେ ପ୍ରଶଂସକଙ୍କୁ ଅନୁରୋଧ କରୁଛି। ଯେପରି ସେ ସର୍ବଦା ମୋତେ ସମର୍ଥନ କରିଛନ୍ତି ସେଭଳି ଆଗକୁ ବି କରନ୍ତୁ ବୋଲି ମୁଁ ଚାହେଁ। ଶୀଘ୍ର ଦେଖା ହେବ।  ଅନ୍ୟ ପାର୍ଶ୍ୱରେ ଦେଖା ହେବା।”

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe