ଭୁବନେଶ୍ବର : ଇଡ୍କୋ ପଡ଼ିଆରେ ଖେଳାଯାଇଥିବା ଇ-ଲିଗ୍ କ୍ରିକେଟ୍ ପ୍ରତିଯୋଗିତା ଶନିବାର ଉଦ୍ଯାପିତ ହୋଇଯାଇଛି। ଫାଇନାଲ୍ରେ ଓଡ଼ିଶା ପୋଷ୍ଟାଲ୍ ୫ ୱିକେଟ୍ରେ ଇକୋର୍ସାକୁ ପରାସ୍ତ କରି ବିଜେତା ହୋଇଛି। ଟସ୍ ଜିତି ବ୍ୟାଟିଂ ନେଇଥିବା ଇକୋର୍ସା ଦୁର୍ବଳ ଖେଳ ପ୍ରଦର୍ଶନ କରି ୨୬.୧ ଓଭରରେ ମାତ୍ର ୮୩ ରନ୍ରେ ସମସ୍ତ ୱିକେଟ୍ ହରାଇଥିଲା। ସମୀର ମହାନ୍ତି ଓ ସୁଶୀଲ ବାରିକ ୨୨ ରନ୍ ଲେଖାଏଁ କରିଥିଲେ। ଶୁଭମ୍ ନାୟକ ସବୁଠୁ ସଫଳ ବୋଲର ଭାବେ ୨୭ ରନ୍ ବିନିମୟରେ ୨ ୱିକେଟ୍ ଅକ୍ତିଆର କରିଥିଲେ।
ବିଜୟ ଲକ୍ଷ୍ୟକୁ ପୋଷ୍ଟାଲ୍ ୧୬.୩ ଓଭରେ ୫ ୱିକେଟ୍ ବିନିମୟରେ ହାସଲ କରିଥିଲା। ଶୁଭମ୍ ନାୟକ ୨୮*, ସଂଜୀବ ସାହୁ ୨୨ ରନ୍ କରିଥିଲେ। ଇକୋର୍ସା ପାଇଁ ଜୟନ୍ତ ବେହେରା ସର୍ବାଧିକ ୪ ୱିକେଟ୍ ନେଇଥିଲେ। ଉଦ୍ଯାପନୀ କାର୍ଯ୍ୟକ୍ରମରେ ଓଡ଼ିଶା କ୍ରିକେଟ୍ର କନିଷ୍ଠ ମୁଖ୍ୟ ଚୟନକର୍ତ୍ତା ପ୍ରଭଞ୍ଜନ ମଲ୍ଲିକ ମୁଖ୍ୟ ଅତିଥି ଓ ପୋଷ୍ଟାଲ୍ ବିଭାଗର ସହକାରୀ କ୍ରୀଡ଼ା ନିର୍ଦ୍ଦେଶକ ମହମ୍ମଦ ଆସିଫ ଜେକ୍ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ଶୁଭମ୍ ନାୟକ ଫାଇନାଲ୍ର ଶ୍ରେଷ୍ଠ ଓ ଅନୁରାଗ ଷଡ଼ଙ୍ଗୀ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଫାଇନାଲ୍ ମ୍ୟାଚ୍କୁ ସୁନୀଲ କୁମାର ବେହେରା, ଆଲୋକ ଜେନା, ଦେବେଶ ମିଶ୍ର ପରିଚାଳନା କରିଥିଲେ।