ଇ-ଲିଗ୍ ଫାଇନାଲ୍ରେ ଭୁବନେଶ୍ୱର-ବିଏସ୍ଏନ୍ଏଲ୍
ଭୁବନେଶ୍ୱର: ସ୍ଥାନୀୟ ଜୟଦେବ ବିହାରସ୍ଥିତ ଆଇଏମ୍ଏମ୍ଟି ଖେଳପଡ଼ିଆରେ ଚାଲିଥିବା ଇ-ଲିଗ୍ କ୍ରିକେଟ୍ ଫାଇନାଲ୍ ଭୁବନେଶ୍ୱର ଯୁବ ଦଳ ଏବଂ ବିଏସ୍ଏନ୍ଏଲ୍ ମଧ୍ୟରେ ଖେଳାଯିବ। ଦୁଇ ଦିନିଆ ଫାଇନାଲ୍ ମାର୍ଚ ୨୪ ଓ ୨୫ ତାରିଖରେ ଅନୁଷ୍ଠିତ ହେବ ବୋଲି ଆୟୋଜକ ନିଶାନ୍ତ ବିଶ୍ୱାଳ ସୂଚନା ପ୍ରଦାନ କରିଛନ୍ତି। ଶନିବାର ଦ୍ୱିତୀୟ ସେମିଫାଇନାଲ୍ରେ ଭୁବନେଶ୍ୱର ଯୁବ ଦଳ ଆୟୋଜକ ଇ-ଲିଗ୍ ଏକାଦଶକୁ ୭ ଓ୍ଵିକେଟ୍ରେ ପରାସ୍ତ କରିଥିଲା। ଇ-ଲିଗ୍ ଦଳ ୩୪.୩ ଓଭରରେ ସମସ୍ତ ଓ୍ଵିକେଟ୍ ହରାଇ ୧୫୫ ରନ୍ କରିଥିଲା। ସୌଭାଗ୍ୟ ରଂଜନ ମିଶ୍ର ୫୬, ଦିବ୍ୟରଂଜନ ସାହୁ ୨୩ ରନ୍, ଶେଖ୍ ବଦିଉଜମା ୧୭ ଏବଂ ସାଗର ସ୍ୱାଇଁ ୧୫ ରନ୍ କରିଥିଲେ। ଭୁବନେଶ୍ୱର ପକ୍ଷରୁ ସୁବ୍ରତ ବେହେରା ୩୧ ରନ୍ରେ ୪ ଓ୍ଵିକେଟ୍, ରାକେଶ ଶର୍ମା ୩୦ ରନ୍ରେ ୨ ଓ୍ଵିକେଟ୍, ବିଶ୍ୱଜିତ୍ ଭୂୟାଁ ୧୧ ରନ୍ରେ ୧ ଓ୍ଵିକେଟ୍ ନେଇଥିଲେ। ଜବାବରେ ଭୁବନେଶ୍ୱର ଯୁବ ଦଳ ୨୫.୫ ଓଭରରେ ୩ ଓ୍ଵିକେଟ୍ ହରାଇ ୧୬୦ ରନ୍ କରି ନେଇଥିଲା। ବିଶ୍ୱଜିତ ଭୂୟାଁ ୬୩*, କୁନାଲ ମଲ୍ଲିକ ୩୬, ପରେଶ ପଟେଲ୍ ୩୪* ରନ କରିଥିଲେ। ଆୟୋଜକ ଦଳ ପକ୍ଷରୁ ପୂର୍ଣ୍ଣ ଚନ୍ଦ୍ର ଲେଙ୍କା, ସତ୍ୟପ୍ରକାଶ ପାଢ଼ୀ, ଶେଖ୍ ବଦିଉଜମା ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ।