ଭୁବନେଶ୍ୱର: ଚତୁର୍ଥ ଥର ପାଇଁ ଓଡ଼ିଶାରେ ଆୟୋଜିତ ପୂର୍ବାଞ୍ଚଳ ଆକାଉଣ୍ଟ ଆଣ୍ଡ ଅଡିଟ୍ କ୍ରିକେଟ ସୋମବାର କିଟ୍ ପଡ଼ିଆରେ ଉଦ୍ଘାଟିତ ହୋଇଯାଇଛି। ପ୍ରଥମ ଦିବସରେ ଆସାମ ଏବଂ ବିହାର ନିଜ ନିଜ ମ୍ୟାଚ୍ ଜିତି ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି। ୬ ରାଜ୍ୟକୁ ନେଇ ଖେଳାଯାଉଥିବା ଏହି ପ୍ରତିଯୋଗିତାରେ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ସିଧାସଳଖ ସେମିଫାଇନାଲ୍ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଫଳରେ ମଙ୍ଗଳବାର ସେମିଫାଇନାଲରେ ଓଡ଼ିଶାକୁ ଆସାମ ଏବଂ ପଶ୍ଚମବଙ୍ଗକୁ ବିହାର ଭେଟିବ।
କିଟ୍ ପଡ଼ିଆରେ ଖେଳାଯାଇଥିବା ଉଦ୍ଘାଟନୀ ମୁକାବିଲାରେ ଆସାମ ୮ ଓ୍ଵିକେଟ୍ରେ ଝାଡ଼ଖଣ୍ଡକୁ ପରାସ୍ତ କରିଥିଲା। ଝାଡ଼ଖଣ୍ଡ ୨୦.୪ ଓଭରରେ ୧୦୬ ରନ୍ କରିଥିଲା। ଜବାବରେ ଆସାମ ୨ ଓ୍ଵିକେଟ୍ ହରାଇ ମ୍ୟାଚ୍ ଜିତିନେଇଥିଲା। ସେହିଭଳି ଇଡ୍କୋ ପଡ଼ିଆରେ ଖେଳାଯାଇଥିବା ମ୍ୟାଚ୍ରେ ବିହାର ୮ ଓ୍ଵିକେଟ୍ରେ ତ୍ରିପୁରାକୁ ହରାଇଛି। ବିହାର ଶେଷଦେବ ପାତ୍ରଙ୍କ ୫ ଓ୍ଵିକେଟ୍ ବଳରେ ତ୍ରିପୁରାକୁ ୨୯ ଓଭରରେ ୧୨୯ ରନ୍ ଅଟକାଇ ଦେଇଥିଲା। ଜବାବରେ ସାବିର ହୁସେନ୍ (୫୮)ଙ୍କ ଅର୍ଧଶତକରେ ବିହାର ୨ ଓ୍ଵିକେଟ୍ ହରାଇ ମ୍ୟାଚ୍ ଜିତିଥିଲା।
ସୋମବାର କିଟ୍ ପଡ଼ିଆରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ କ୍ରୀଡ଼ା ନିର୍ଦେଶକ ଭିନୀଲ୍ କ୍ରିଷ୍ଣା, ଅନ୍ତର୍ଜାତୀୟ କ୍ରିକେଟର୍ ଦେବାଶିଷ ମହାନ୍ତି, ପ୍ରଧାନ ମହାଲେଖାକାର ଯଶୋଧରା ରାୟ ଚୌଧୁରୀ, ମଧୁମିତା ବସୁ ଏବଂ ଆର୍ ଆମ୍ବଲାଭନନ୍ ଅତିଥି ଭାବେ ଯୋଗ ଦେଇଥିଲେ।
ପୂର୍ବାଞ୍ଚଳ ଆକାଉଣ୍ଟ୍ ଆଣ୍ଡ୍ ଅଡିଟ୍ କ୍ରିକେଟ୍ ଉଦ୍ଘାଟିତ
/sambad/media/post_attachments/wp-content/uploads/2018/01/account-audit.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)