ଭୁବନେଶ୍ବର: ଚଳିତ ଆଇଏସ୍ଏଲ୍ ପେସାଦାର ଫୁଟବଲ୍ ଲିଗ୍ରେ ଓଡ଼ିଶା ଏଫ୍ସିର ବିଜୟ ଧାରା ଜାରି ରହିଛି। ମଙ୍ଗଳବାର ନିଜ ଦ୍ବିତୀୟ ମୁକାବିଲାରେ ୬-୪ ଗୋଲ୍ରେ ଶକ୍ତିଶାଳୀ ଇଷ୍ଟବେଙ୍ଗଲକୁ ହରାଇ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଛି ଓଡ଼ିଶା ଏଫ୍ସି। ଏହା ପୂର୍ବରୁ ଦଳ ବେଙ୍ଗାଲୁରୁ ଏଫ୍ସିକୁ ହରାଇଥିଲା।
ଫଳରେ ୨ ମ୍ୟାଚ୍ରୁ ୨ ବିଜୟ ପାଇଛି। ଆଜିର ମ୍ୟାଚ୍ରେ ଓଡ଼ିଶା ଏଫସି ପକ୍ଷରୁ ହେକ୍ଟର ରୋଡାସ୍ (୩୩, ୪୦ ମିନିଟ୍) ଓ ଆରିଦାଇ କାବ୍ରେରା (୭୧, ୯୦ ମିନିଟ୍) ଦୁଇଟି ଲେଖାଏଁ ଗୋଲ୍ ଦେଇଥିଲେ। ଅନ୍ୟପକ୍ଷରେ ଜାଭି ହର୍ଣ୍ଣାଣ୍ଡେଜ୍ (୪୫ ମିନିଟ୍) ଓ ଇସାକା ରାଲ୍ଟେ (୮୨ ମିନିଟ୍) ଗୋଟିଏ ଗୋଲକ୍ ଦେଇଥିଲେ। ହେକ୍ଟର ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।